ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିଅ ହେଲେ ସସକ୍ତ , ଉଜ୍ଜ୍ୱଳ ହେବ ଭବିଷ୍ୟତ ବାର୍ତ୍ତା ନେଇ ପାଳିତ ହୋଇଯାଇଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କନ୍ୟା ସନ୍ତାନ ଦିବସ 

ଝିଅ ହେଲେ ସସକ୍ତ , ଉଜ୍ଜ୍ୱଳ ହେବ ଭବିଷ୍ୟତ ବାର୍ତ୍ତା ନେଇ ପାଳିତ ହୋଇଯାଇଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କନ୍ୟା ସନ୍ତାନ ଦିବସ 

ରାୟଗଡା, 28.01.2025- ଦେଶରେ ପୁଅଙ୍କ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ହ୍ରାସ ଘଟୁଛି , ଯାହା ଆଗାମୀ ଦିନରେ ଏକ ବଡ଼ ସାମାଜିକ ସମସ୍ୟା ରୂପରେ ଦେଖାଦେବ। ତେବେ ଝିଅଙ୍କ ସଂଖ୍ୟା ବୃଦ୍ଧି କରାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଛି | ଆମ ଦେଶରେ ଗତ 2008 ମସିହା ରୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ଜାନୁୟାରୀ 24 ତାରିଖ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ସାରା ଦେଶରେ ପାଳିତ ହୋଇଛି ଏହି ଦିବସ, ଏହି କ୍ରମରେ ରାୟଗଡ଼ା ଜିଲ୍ଲା ରେ କନ୍ୟା ସନ୍ତାନ ସଂଖ୍ୟା କମ ଥିବା ଜଗନ୍ନାଥପୁର ଏବଂ ରାମନାଗୁଡ଼ା ବ୍ଲକ ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି । “ଝିଅ ହେଲେ ସସକ୍ତ , ଉଜ୍ଜ୍ୱଳ ହେବ ଭବିଷ୍ୟତ” ବାର୍ତ୍ତା କୁ ନେଇ ସଚେତନତା କାର୍ଯ୍ୟକ୍ଫ୍ରାମ କରାଯାଇଛି | ଏହି ଦିବସ ଅବସରରେ ରମନାଗୁଡା ବ୍ଲକ ଗୁଲୁମୁଣ୍ଡା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆଶ୍ରମ ଓ ଗୁଣୁପୁର ବ୍ଲକ ଡ଼ମ୍ବସୋର ସ୍ଥିତ ବାଳିକା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହେବା ସହିତ ବତୃକ୍ତା, ନାଚ , ଚିତା ଓ ଗୀତ ପ୍ରତିଯୋଗିତା କରାଯାଇଥିଲା । ତେବେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ ଡା ମମତା ସାହୁ ଯୋଗ ଦେଇ କହିଥିଲେ ଯେ ପୁଅ ଝିଅ ସମସ୍ତେ ସମାନ , ତେବେ କମୁଥିବା ଝିଅଙ୍କ ସଂଖ୍ୟା ହ୍ରାସ କୁ ରୋକିବା ପାଇଁ ଆମକୁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ର ଆବଶ୍ୟକତା ରହିଛି। 

ସେହିପରି ଭାବେ ଉକ୍ତ ଦୁଇ ବ୍ଲକ ରେ କନ୍ୟା ସନ୍ତାନ ସଂଖ୍ୟା କମ୍ ଥିବା ଉପ କେନ୍ଦ୍ର ଯେପରିକି ରାମନାଗୁଡ଼ା ର ଲିମାପଦର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଏବଂ ଜଗନ୍ନାଥପୁର ର ରେଗେଡା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ରେ ସ୍ଵତନ୍ତ୍ର ଜନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା | 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥପୂର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ, ଡ କାଳୀ ଚରଣ ପଣ୍ଡା ଏବଂ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବନ ବିହାରୀ ନାୟକ, ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡ ସୌରଭ ମହାପାତ୍ର, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ମହାପାତ୍ର ଉପସ୍ଥିତ ଥିଲେ | ସହ ପ୍ରବନ୍ଧକ, ଆଇନ ବ୍ୟାପାର ଶ୍ରୀ ଅମ୍ବିକା ପ୍ରସାଦ ପତି ଯୋଗ ଦେଇ, ଭୃଣ ହତ୍ୟା କିପରି ରୋକା ଯାଇ ପାରିବ , ସେ ଦିଗରେ ଆଇନ ରେ କଣ ସବୁ ପ୍ରାବଧାନ ରହିଛି, ତା ବିଷୟ ରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କିଟ ତରଫରୁ କନ୍ଧମାଳ ଜିଲ୍ଲା ମହାସିଙ୍ଗ ଓ ବଇଡା ଠାରେ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଡେ ବର୍ଡିଂ ବିଦ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ସରପଞ୍ଚ ମାନଙ୍କ ଅସହଯୋଗ ଆନ୍ଦୋଳନ ::ସରକାରୀ ଯୋଜନା କୁ ଅସହଯୋଗ 

masiha

ବିଦ୍ୟୁତ୍ ଆଘାତରେ ଜଣେ ମୃତ 

Sunil Chandra Nayak

Leave a Comment

error: Content is protected !!