ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧବଳେଶ୍ଵର କ୍ରିକେଟ କପ : ବରଗଡ଼ ଚମ୍ପିୟାନ 

ଧବଳେଶ୍ଵର କ୍ରିକେଟ କପ : ବରଗଡ଼ ଚମ୍ପିୟାନ 

ମ.ରାମପୁର,୩୦/୧ (ମସୀହା): ମୋହନ ଗିରି ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଚାଲିଥିବା ୨୦ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି l ଫାଇନାଲ ମ୍ୟାଚ ବୋଡ଼େନ ଓ ବରଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୋଡ଼େନ ଦଳ ଟସ୍ ଜିଣି ବୋଲିଂ ନିଷ୍ପତି ନେଇଥିଲେ । ପ୍ରଥମେ ବରଗଡ଼ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୯ ଓଭର୍ ରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଥିଲା । ଏହାର ଜବାବରେ ବୋଡ଼େନ ଦଳ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୯ ରନ କରି ୮୭ ରନ ରେ ପରାଜୟ ବରଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ,ମୁଖ୍ୟ ବକ୍ତା ମହେନ୍ଦ୍ର କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ , ପ୍ରକାଶ ମାଝୀ, ବୈଦ୍ୟ ନାରାୟଣ ଭୋଇ, ସୁରେନ୍ଦ୍ର ଧରୁଆ, ଉଚ୍ଛବ ପ୍ରଧାନ, ଗୋକୁଳାନନ୍ଦ ବିଶ୍ବାଳ, କର୍ଣିପାଲ ସିଂ ରାଠୋର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ, ସଂପାଦକ ଲକ୍ଷ୍ମୀକାନ୍ତ ବେହେରା, ଉପସଭାପତି ସୂର୍ଯ୍ୟ ନାରାୟଣ ସାହୁ,ସହ ସଂପାଦକ ଦିବାକର ସାହୁ ଉପସ୍ଥିତ ରହିଥିଲେ । ବିଜେତା ଚମ୍ପିୟାନ ବରଗଡ଼ ଦଳକୁ ଟ୍ରଫି ସହିତ ନଗଦ ରାଶି ଏବଂ ପରାଜିତ ବୋଡ଼େନ ଦଳକୁ ରନର୍ସ କପ୍ ସହିତ ନଗଦ ରାଶି ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ୍ ବରଗଡ଼ ଦଳର ବାବୁ ରଣା ଏବଂ ମ୍ୟାନ ଅଫ ଦି ସିରିଜ୍ ବୋଡ଼େନ ଦଳର ମଣ୍ଟୁ ପଟେଲ ପାଇଥିଲେ l ଏହି ମ୍ୟାଚ୍ ରେ ରାଧାକାନ୍ତ ବେହେରା ଓ ସତ୍ୟନାରାୟଣ ମହାପାତ୍ର ଅମ୍ପାୟାର, ଟୁକୁ ମହାନନ୍ଦ,ସୁନିଲ କୁମାର ଭୋଇ,ଆଶିଷ ସାହୁ ସ୍କୋରର ଦାୟିତ୍ଵ ରେ ରହିଥିବା ବେଳେ ଶଶିକାନ୍ତ ମାଝୀ ,ସପ୍ନେଶ୍ୱର କର୍ମୀ ,ଚନ୍ଦ୍ରଭାନୁ ଗହିର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

ଓଡିଶା କ୍ରିକେଟ ସଂଘର ବୈଷୟିକ ନିର୍ଦେଶକ ଙ୍କ ନବରଙ୍ଗପୁର ଗସ୍ତ

Sunil Chandra Nayak

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

Leave a Comment

error: Content is protected !!