ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି -୩୦/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ୩୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ସମ୍ମାନୀୟ ଅତିଥି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ, ମୁଖ୍ୟବକ୍ତା ଅବସରପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଗାହାଣ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଇଂରାଜୀ ଅଧ୍ୟାପକ ମନୋଜ କୁମାର ରଥ ମଞ୍ଚ ପରିଚାଳନା କରିଥିଲେ। 

         1990 ମସିହାରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ଭାବେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ଵାରା ପ୍ରତିଷ୍ଠା ହୋଇଥିଲା ଯାହାକି ଆଜି ବି ତେନ୍ତୁଳିଖୁଣ୍ଟି ବ୍ଲକ ର ଏକମାତ୍ର ସି ଏକ ଏସ ଇ ଯୁକ୍ତ ଦୁଇ ଥିବା ମାଧ୍ୟମିକ ବିଦ୍ୟାଳୟ। ଏହି ଅନୁଷ୍ଠାନର ଅଦ୍ୟାବଧି 28ଜଣ ଛାତ୍ର ଛାତ୍ରୀ ବିଦେଶରେ ଏପରିକି ନାସାରେ ମଧ୍ୟ ପାରଦର୍ଶିତା ଲାଭ କରିଥିବା ଅଧ୍ୟକ୍ଷ ରଞ୍ଜନ ସ୍ବାଇଁ ନିଜ ବାର୍ଷିକ ବିବରଣୀ ପାଠ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ। ।ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମ ଙ୍କ ଉକ୍ତି ଉଦ୍ଧାର କରି କହିଥିଲେ ଛାତ୍ର ଛାତ୍ରୀ ଙ୍କୁ ସ୍ବପ୍ନ ଏପରି ଦେଖିବା ଦରକାର ଯାହା ତୁମକୁ ଶୁଆଇ ଦେବନାହିଁ ତୁମକୁ ନିଜର ସ୍ବପ୍ନ କୁ ସାକାର କରିବା ପର୍ଯ୍ୟନ୍ତ ଅନବରତ ନିଷ୍ଠା ର ସହ ନିଜର କାର୍ଯ୍ୟ ପଛରେ ଲାଗିରହିବାକୁ ବାଧ୍ୟ କରିବ ସେପରି ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ।ବୈଦିକ ଶିକ୍ଷା କୁ ଗୁରୁତ୍ୱ ଦେବା କୁ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ ।ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଇନ୍ଦ୍ରାବତୀ ବସ୍ ଷ୍ଟାଣ୍ଡ ଏବଂ ମାଧ୍ୟମିକ ବିଦ୍ୟାଳୟ ର ପାରିପାର୍ଶ୍ବିକ ଉନ୍ନୟନ ଏବଂ ଅଞ୍ଚଳ ରେ ଇକୋପାର୍କ,ଜଳପ୍ରପାତର ପୁନରୁଦ୍ଧାର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀ ନିଜେ ଏହି କଲେଜ ରେ ଅଧ୍ୟୟନ କରୁଥିବା ସମୟର ନିଜର ଅନୁଭୂତି କୁ ଛାତ୍ର ଛାତ୍ରୀ ଙ୍କୁ କହିବା ସହ ଗୁରୁ ଙ୍କୁ ଭକ୍ତି,ଭାରତୀୟ ସଂସ୍କୃତି ଶିକ୍ଷା କୁ ଆପଣାଇବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ତଥା ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ଅଭିଭାଷଣ ରେ ସମସ୍ତ ଙ୍କ ପ୍ରୟାସ ରେ ଏହି ଅନୁଷ୍ଠାନ କୁ ଆଗକୁ ନେବା କୁ କହିଥିଲେ।ଶିକ୍ଷା ଦ୍ୱାରା ମନୁଷ୍ୟର ସାମଗ୍ରିକ ବିକାଶ ହେବା ଉଚିତ ବୋଲି କହିଥିଲେ। ମଞ୍ଚ ଅଭିଭାଷଣ କାର୍ଯ୍ୟକ୍ରମ ପରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି,ମୁଖ୍ୟ ବକ୍ତା ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅର୍ଥନୀତି ଅଧ୍ୟାପିକା ପଲ୍ଲୀଶ୍ରୀ ନାୟକ , ଓଡ଼ିଆ ଅଧ୍ୟାପିକା ପ୍ରିୟ ଦର୍ଶିନି ନାହାକ ପ୍ରମୁଖ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପ୍ରିୟଦର୍ଶିନୀ ନାହାକ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର 

masiha

ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ଉଡ଼ା ଯାତ୍ରାରେ ଦହି ସର୍ବତ ବଣ୍ଟନ 

Sunil Chandra Nayak

ଚୁଲା ଭଟା ଗାଁ ରେ ବାଘ ଆତଙ୍କ

Sunil Chandra Nayak

Leave a Comment

error: Content is protected !!