ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ଫାଉଣ୍ଡେସନ ତରଫରୁ ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଗାନ୍ଧୀ ଫାଉଣ୍ଡେସନ ତରଫରୁ ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା: ସେକ୍ଟର ୨୦ସ୍ଥିତ ଗାନ୍ଧୀ ଫାଉଣ୍ଡେସନ ତରଫରୁ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।  ଅନୁଷ୍ଠାନର ଭଗବତୀ ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ଼ଃ ସୁମନ ଦତ୍ତ, ବରସୁଆଁ ପ୍ରଗତି ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ନାୟକ, ଶିକ୍ଷାବିତ ବିପଦଭଞ୍ଜନ ପଣ୍ଡା, ଅରୁଣ କୁମାର ସ୍ବାଇଁ, ପଦ୍ମଲୋଚନ ଦାଶ, ସରୋଜ କୁମାର ସାହୁ, ପ୍ରମୋଦ କୁମାର କର, ଏନ୍ଆଇଟି ର ପ୍ରଫେସର ଡ଼ଃ ଅଜିତ ବେହେରା, ସାମ୍ବାଦିକ ସଂଗ୍ରାମ କେଶରୀ ଭୂୟାଁ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ବାପୁଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବାପୁଙ୍କ ଏହି ତିରୋଧାନ ଦିବସ କୁ ଭାରତବର୍ଷ ରେ ସହୀଦ ଦିବସ, ସର୍ବୋଦୟ ଦିବସ, କୁଷ୍ଠରୋଗ ନିରୋଧୀ ଦିବସ ଭାବେ ପାଳନ କରାଯାଏ ବୋଲି ମତ ରଖିବା ସହ ତାଙ୍କ ଅହିଂସା ନୀତି କିପରି ସମଗ୍ର ବିଶ୍ୱରେ ଜାତୀୟ ବାର୍ତ୍ତା ରୂପେ ପ୍ରଚାରିତ ହୋଇଛି, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଭଗବତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ ଆସନ୍ତା ଜୁନ୍ ୯ ରେ….

masiha

ଖବରଦାତା ସଂଘର ଭୂମି ପୂଜନ

Sunil Chandra Nayak

ବଜ୍ରପାତରେ ଦନ୍ତାହାତୀର ମୃତ୍ୟୁ ସନ୍ଦେହ,ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା 

Leave a Comment

error: Content is protected !!