ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ ସଂଘ ପକ୍ଷରୁ ଓଡିଶାର ବିନ୍ଧାଣୀ ଗଜପତିଙ୍କ ତିରୋଧାନ ଦିବସ ପାଳିତ 

ମହାନ ସଂଘ ପକ୍ଷରୁ ଓଡିଶାର ବିନ୍ଧାଣୀ ଗଜପତିଙ୍କ ତିରୋଧାନ ଦିବସ ପାଳିତ 

ବ୍ରହ୍ମପୁର(ମ ସୀ ହା) _ସ୍ଥାନୀୟ ହୋଟେଲ୍ ଗାୟତ୍ରୀ ଠାରେ ବ୍ରହ୍ମପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ ସଂଘର ପ୍ରତିଷ୍ଠାତା ସୁଶାନ୍ତ ସାବତଙ୍କ ସଭାପତି ଙ୍କ ସଭାପତିତ୍ବରେ ଏକ ମାସିକବୈଠକ ସ୍ଥାନୀୟ ହୋଟେଲ୍ ଗାୟତ୍ରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକକୁ ପରିଚାଳନା କରୁଥିଲେ ସଂଘର ସଧାରଣ ସଚିବ ସୁଶାନ୍ତ ପାତ୍ର l କାର୍ଯକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ନୂତନ ଓଡିଶାର ବିନ୍ଧାଣୀ ଶ୍ରୀ ଶ୍ରୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୧ତମ ତିରୋଧାନ ଦିବସ ପାଳନ ଅବସରରେ ଭକ୍ତିପୂତ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇ ତାଙ୍କରି ଜୀବନ ଚରିତ ଓ ନୂତନ ଓଡିଶା ଗଠନ ଦିଗରେ ତାଙ୍କର ତ୍ୟାଗ ଆଦର୍ଶ ବଳିଦାନ ତତ୍ ସହ ବ୍ରହ୍ମପୁର ସହରରେ ପ୍ରତି ଅବଦାନ ଆଦି ବିଷୟରେ ଆଲୋଚନା କରଯାଇଥିଲା l ମହାସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ର ପୁରଠାରେ ବିଶ୍ଵ ନିକେତନ (ଜରା ନିବାସ )ରେ ଥିବା ଅନ୍ତେବାସୀ ସ୍ୱାସ୍ଥ୍ୟ, ଦୈନଦିନ ପରିଚାଳନା ସମ୍ପର୍କରେ ସଦସ୍ୟ, ସଦସ୍ୟାମାନେ ଆଲୋଚନା କରିଥଲେ l ଆଗମୀ ଦିନରେ ବିଶାଖାପାଟଣା ଠାରେ ସଂଘର ଏକ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ତତ୍ ସହ ବ୍ରହ୍ମପୁର ଠାରେ ମହିଳାମାନଙ୍କ ପାଇଁ ନୂତନ ପ୍ରକଳ୍ପ ପାଇଁ ବୈଠକରେ ଆଲୋଚନା ହୋଇଥିଲା l ଉକ୍ତ ବୈଠକରେ ସନ୍ଧ୍ୟାରାଣୀ ପଟ୍ଟନାୟକ ଗଜପତିଙ୍କୁ ସ୍ୱ ରଚିତ କବିତା ମାଧ୍ୟମରେ ଭକ୍ତି କୁସୁମ ଅର୍ପଣ କରିଥଲେ lଏହି ଅବସରରେ ସଞ୍ଜୟ କୁମାର ମାଝି, ପ୍ରଭାକର ସାହୁ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ବବିତା ପାତ୍ର, ସୁରେଶ ଚନ୍ଦ୍ର ତ୍ରିପାଠୀ ,ପ୍ରମୋଦ ମହାରଣା, ଡ଼ଃ ସୁଚନା ପାଢ଼ୀ ,ଲିପିକା ଜେନା, ପୁଷ୍ପାଞ୍ଜଳି ମହାପାତ୍ର ନିବେଦିତା ପାଢ଼ୀ, ସୁଚେତା ପାଣିଗ୍ରାହୀ,ମୀନା ଦାଶ , ଡ଼ଃ ଧନଲକ୍ଷ୍ମୀ ପଟ୍ଟନାୟକ, ସମେତ ବହୁ ସଦସ୍ୟ,ସଦସ୍ୟା ଉପସ୍ଥିତ ଥିଲେ l ପରିଶେଷରେ ସୌମିକ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

masiha

ମମତା ମଞରୀ ଥପା କରୋନା ଯୋଦ୍ଧା ଭାବେ ସମ୍ମାନିତ

ଖଡ଼ିଆଳ ସଂସ୍କୃତି ଅନୁଷ୍ଠାନ ରପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ପାଳିତ

masiha

Leave a Comment

error: Content is protected !!