ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

ରାଉରକେଲା: ବେଦବ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଲାୟନ୍ସ କ୍ଲବ୍ ରାଉରକେଲା ବେଦବ୍ୟାସ ଗ୍ରେଟର ର ମିଳିତ ଆନୁକୂଲ୍ୟ ତଥା ବରିଷ୍ଠ ଶିକ୍ଷକ ଗିରିଶ ଚନ୍ଦ୍ର ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍ ର ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ରାକେଶ କୁମାର ସିଂ ଉଦଘାଟକ, ବରିଷ୍ଠ ଟ୍ରଷ୍ଟି ତଥା ସାମାଜିକ କର୍ମୀ ପ୍ରମୋଦ ପ୍ରଧାନ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଉମାକାନ୍ତ ପଣ୍ଡା, ସମ୍ମାନିତ ବକ୍ତା ଭାବେ ଶିକ୍ଷାବିତ ସନ୍ତୋଷ କୁମାର ନାୟକ, ଲାୟନ ଇଂ କିରଣ ପ୍ରସାଦ ମେହେର, ରାମଚନ୍ଦ୍ର ସାହୁ, ପ୍ରତିଷ୍ଠାତା ସଭାପତି ତୁଳସୀରାମ ସେଠ୍, ସମ୍ପାଦକ ଅଭିରାମ ମିଶ୍ର,ବାଲିଶଙ୍କରା ସରକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଖଗେଶ୍ବର ମଲ୍ଲିକ, ବେଦବ୍ୟାସ ଗ୍ରେଟର ର ସଭାପତି ପ୍ରକାଶ ଚନ୍ଦ୍ର ଧଳ,ଗୋଲାପ ଚନ୍ଦ୍ର କୈାଶିକ ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଶ୍ରୀ ବାରିକ ଙ୍କ ଶିକ୍ଷାଦାନ ପ୍ରତି ପ୍ରତିବଦ୍ଧତା, ବିଦ୍ୟାଳୟ ପ୍ରତି ସମର୍ପିତ ମନୋଭାବ ତଥା ଶିଶୁ ସାହିତ୍ୟ ପତ୍ରିକା ତେଲିଙ୍ଗି ବାଜା ର ସମ୍ପାଦକ ଭାବେ ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ମିଶ୍ର, ଚନ୍ଦ୍ରଶେଖର ନାୟକ,ସନତ ପ୍ରଧାନ,ରଘୁନାଥ ବେହେରା, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସଂଗ୍ରାମ କେଶରୀ ଭୂୟାଁ, ଆଲୋକ ସ୍ବାଇଁ , ଅଶୋକ ପାତ୍ର,ଶରତ ବାବୁ ପ୍ରମୁଖ ପ୍ରଫୁଲ୍ଲ ସାର୍ ଙ୍କ ସହିତ ବିତାଇଥିବା ମୁହୁର୍ତ୍ତ ଗୁଡ଼ିକୁ ରୋମନ୍ଥନ କରିବା ସହ ସାର୍ ଙ୍କ ଆଗାମୀ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଥିଲେ। ସାର୍ ଙ୍କ ସହଧର୍ମିଣୀ କମଳା ବାରିକ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିବା ସହ ପ୍ରଫୁଲ୍ଲ ସାର୍ ଓ ସେ ତାଙ୍କ ଭାବ ବିହ୍ୱଳ ବକ୍ତବ୍ୟରେ ସମସ୍ତଙ୍କ ଆଶ୍ରିବାଦ ଓ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ କେକ୍ କଟାଯାଇ ସାର୍ ଙ୍କ ନିରାମୟ ଜୀବନ କାମନା କରାଯାଇଥିଲା। ସାରଙ୍କ ପାଖରେ ପଢିଥିବା ପୁରାତନ ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀ ବାରିକ ଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ଛାତ୍ରୀ ଗୀତା,ସୁଶ୍ରିତା, ସ୍ମୃତିଲେଖା ଓ ପ୍ରିତୀ ସ୍ବାଗତ ସଂଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟର ଉମେଶ ଚନ୍ଦ୍ର ଦାସ,ସୁଶାନ୍ତ କୁମାର ପାଢ଼ୀ, ସୁପ୍ରିୟା ମହାରଣା ,ମଞ୍ଜୁବାଳା ତ୍ରିପାଠୀ, ଶଶଧର ସାହୁ, ସୀତା ନାଗ୍, ସୁବାସ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ବହୁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବେଦବ୍ୟାସ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ ସାମିଲ

Sunil Chandra Nayak

ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

Sunil Chandra Nayak

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

masiha

Leave a Comment

error: Content is protected !!