ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଚତୁର୍ଥ ଦିବସରେ ଶ୍ରୀ ମହା ଚଣ୍ଡୀ ଦେବୀ ବେଶରେ ଦର୍ଶନ ଦେଲେ ମା’ , ୨-ଆଶୀର୍ବାଦ ଅନୁଷ୍ଠାନ ର ବିଶ୍ୱ ହାତଧୂଆ ଦିବସ ପାଳିତ 

ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଚତୁର୍ଥ ଦିବସରେ ଶ୍ରୀ ମହା ଚଣ୍ଡୀ ଦେବୀ ବେଶରେ ଦର୍ଶନ ଦେଲେ ମା’

ଢେଙ୍କାନାଳ: ଢେଙ୍କାନାଳ ଦେଉଳ ସାହିସ୍ଥିତ ଜୁବୁଲି ଟାଉନରେ ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ନବରାତ୍ର ପୂଜାର ଚତୁର୍ଥ ଦିବସରେ ମା’ କନକ ଦୁର୍ଗା ଶ୍ରୀ ମହା ଚଣ୍ଡୀ ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ପ୍ରତିଦିନ ମା’ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଏବଂ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି।

ମା’ଙ୍କ ନିକଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପଣା ଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେଉଛି।ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।

ଆଶୀର୍ବାଦ ଅନୁଷ୍ଠାନ ର ବିଶ୍ୱ ହାତଧୂଆ ଦିବସ ପାଳିତ 

ଅଦ୍ୟ ତା 15.10.26 ରିଖ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ହାତଧୂଆ ଦିବସ ପାଳିତ ହୋଇଯାଇଛି l ଫାଂସା ଓଡିଶା , ଆଇ. ଆଇ ୟାଇ. ଡି. ଭୁବନେଶ୍ୱର , ବିଶ୍ୱ ଯୁବ କେନ୍ଦ୍ର ନୂଆଦିଲ୍ଲୀ ଆନୁକୂଲ୍ୟରେ ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ଢେଙ୍କାନାଳ ସହାୟତା ରେ ଏହି ଦିବସ ପାଳିତ ହୋଇଯାଇଛି l ଶତାଧିକ ଛାତ୍ର ଛାତ୍ରୀଙ୍କୁ ହାତଧୂଆ ର ଉପକାରିତା ଏବଂ ହାତଧୁଆ ର ଆଠ ଗୋଟି ସଠିକ ପଦ୍ଧତି ସମ୍ବଦ୍ଧରେ ଆଶୀର୍ବାଦ ର ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ବୁଝାଇ କହିଥିଲେ ଓ ଶୌଚ ପରେ ଆଉ ଖାଇବା ପୂର୍ବରୁ ନିହାତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ପରେ ମଧ୍ୟ ହାତ ସାବୁନ ରେ ଧୋଇବା ଉଚିତ କହିଥିଲେ ଓ ଶପଥ କରାଇଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ଷଡ଼ଙ୍ଗୀ, ସହକାରୀ ଶିକ୍ଷୟତ୍ରୀ ସୁକାନ୍ତି ସାହୁ, ନନ୍ଦିନୀ ସାହୁ, ନିଲମ ଯଶମିନି ଉପସ୍ଥିତରହି କାର୍ଯ୍ୟକ୍ରମ ରେ ସହାୟତା କରି ଥିଲେ ସହକାରୀ ଶିକ୍ଷକ ଦୀନବନ୍ଧୁ ପୋଇ ଧନ୍ୟବାଦ ଅର୍ପଣ କରିଥିଲେ l

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସ୍ଵେଚ୍ଛାସେବିଙ୍କୁ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଯୋଡ଼ା ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!