ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଠାରେ ଶହୀଦ ଦିବସ ପାଳିତ.

ରାଇରଙ୍ଗପୁର ଠାରେ ଶହୀଦ ଦିବସ ପାଳିତ.

ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ ” ଦୁଇ ମିନିଟ ନୀରବ ପ୍ରାର୍ଥନା “

ମୟୂରଭଞ୍ଜ – ୩୦/୦୧ // ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ତଥା ଭାରତ ର ସ୍ୱାଧୀନତା ପାଇଁ ଯେଉଁ ମହାମନୀଷୀ ଗଣ ଦେଶମାତୃକା ପାଇଁ ତାଙ୍କ ପ୍ରାଣ ବଳି ଦେଇଥିଲେ ସେମାନଙ୍କ ସ୍ମୃତି ଉଦେଶ୍ୟ ରେ ଶହୀଦ ଦିବସ -୨୦୨୫ ପାଳନ ହୋଇଯାଇଛି.।

ଏହି ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀଙ୍କ ପୌରହିତ୍ୟ ରେ ଦେଶ ପାଇଁ ପ୍ରାଣ ବଳି ଦେଇ ଶହୀଦ ହୋଇ ଥିବା ସ୍ୱାଧୀନତା ସଂଗ୍ରାମୀ, ସୈନିକ, ଯବାନ ଓ ଅନ୍ୟାନ୍ୟ ବୀର ଯୋଦ୍ଧା ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ “ଦୁଇ ମିନିଟ ନୀରବ ପ୍ରାର୍ଥନା ” କରାଯାଇଥିଲା.।

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ ର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ନୀରବ ପ୍ରାର୍ଥନା ରେ ଅଂଶ ଗ୍ରହଣ କରି ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ.

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇଘର ଠାରେ ତ୍ରିରଙ୍ଗା ଯାତ୍ରା 

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପୋଲିଓ ସଚେତନତା କାର୍ଯ୍ୟକ୍ରମ 

masiha

କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ

masiha

Leave a Comment

error: Content is protected !!