ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଜୁନାଗଡ଼,୧/୨(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ କମିଟି ଓ ଗଣମାଧ୍ୟମ ସଙ୍ଘ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍ସଵ କମିଟିରର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼ , ଈଶ୍ୱର ପୁଝାରି, ଅଶୋକ ପଟ୍ଟନାୟକ, ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼, ମାନସ ସେଠି ପ୍ରମୁଖ ଉଦବୋଧନ ଦେଇଥିଲେ l

ପ୍ରତିବର୍ଷ ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ବ୍ଲକ ଓ ଏନଏସି ର ଯୁଗଳବନ୍ଦି ରେ ତିନି ଦିନ ଧରି କଳାହାଣ୍ଡି ଉତ୍ସଵ ପାଳନ କରାଯାଇଥାଏ । ହେଲେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖା ଦେଇଥିଲା । କିଛି ଅଧିକାରୀଙ୍କ ଅରାଜକତା ଯୋଗୁଁ ବ୍ଲକ ଓ ଏନଏସି ଭାଗ ଭାଗ ହୋଇଗଲେ । ଚଳିତ ବର୍ଷ ବ୍ଲକ ନିଜେ ଏକାକି କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ କୁରୁଗୁଡା ହାଇସ୍କୁଲରେ ଖେଳ ପଡ଼ିଆ ଠାରେ କଳାହାଣ୍ଡି ଉତ୍ସଵ ପାଳନ କଳେ । ସେହିଭଳି ସେହିଦିନ ଏନଏସି ପକ୍ଷରୁ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପରିସରରେ ଉତ୍ସଵ ପାଳନ କଲେ । ଜୁନାଗଡ଼ ବାସୀଙ୍କ ଭାବାବେଗକୁ କୁଠାରଘାତ କରିଥିଲେ ।

ଅଧିକାରୀ ମାନଙ୍କ ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ଜୁନାଗଡ଼ର ଲୋକକଳା, ଲୋକ ସଂସ୍କୃତି ବଳି ପଡିଥିଲା । ବ୍ଲକ ଓ ଏନଏସି ର ଲୋକେ ଚଳିତ ବର୍ଷ ଉତ୍ସଵ ଦେଖିବାରୁ ନିରାଶ ହୋଇଥଲେ । ଜୁନାଗଡ଼ର ମାନ, ସ୍ୱାଭିମାନ ଓ ସର୍ବୋପରି ଜୁନାଗଡ଼ ର ଅଶ୍ମିତାକୁ ବଞ୍ଚାଇ ରଖିବା ପାଇଁ ଜୁନାଗଡ଼ବାସୀ ପକ୍ଷରୁ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଫେବୃଆରୀ ୧୪,୧୫ ଓ ୧୬ ତାରିଖରେ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ ପାଳନ ହେବ । କଳାହାଣ୍ଡି ଉତ୍ସଵକୁ ଆଗରୁ ଅଧିକାରୀ ମାନେ ପାଳନ କରୁଥିଲେ, ବର୍ତ୍ତମାନ ଜୁନାଗଡ଼ ମହୋତ୍ସବହେଉଛି ଲୋକଙ୍କ ଉତ୍ସଵ,ଏହି ଉତ୍ସଵକୁ ଜୁନାଗଡ଼ବାସୀ ଉତ୍ସାହ ଉଦ୍ଦୀପନା ରେ ସମସ୍ତେ ପାଳନ କରିବା ପାଇଁ ଜୁନାଗଡ଼ ମହୋତ୍ସବ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ପ୍ରଚାର ଓ ପ୍ରସାର ବିଭାଗ ର କମିଟି ଗଠନ ହୋଇଥିଲା ଏଥିରେ ପ୍ରଚାର ପ୍ରସାର ବିଭାଗ ର ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ସିଂହ ଦେଓ, ସହ ଅଧ୍ୟକ୍ଷ ଭାବେ ଖଗେଶ୍ୱର ଧଙ୍ଗଡ଼ାମାଝି, ଅନିଲ ପଣ୍ଡା, ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ଙ୍କୁ ମନୋନୀତ କରାଗଲା ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇ ଏହି ମହୋତ୍ସବକୁ ସଫଳ କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ,ଗୋଟିଏ ବିଦ୍ୟାଳୟ ରେ ୩୬ ବର୍ଷ 

masiha

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

ଶ୍ରୀରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!