ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ 

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ 

କନ୍ଧମାଳ , ତା, ୦୧/୦୨: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମ୍ବିରା ମଳିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ରୁତୁଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ରୁତୁଙ୍ଗିଆ ପଞ୍ଚାୟତ ଆଞ୍ଚଳିକ ସାଧନ କର୍ମୀ ସାବତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରୁତୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା, ପିଇଓ ସୁଶାନ୍ତ କୁମାର ବେହେରା, ଗାଲିଗୁରା ପଞ୍ଚାୟତ ସିଆରସିସି ଜୟ ପ୍ରକାଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିକ୍ଷା-ଶିକ୍ଷକ ଓ ଛାତ୍ର ଛାତ୍ରୀ ର ଗୁରୁତ୍ୱ ସମ୍ପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏଥିରେ ସତ୍ୟ ନାରାୟଣ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଭକ୍ତ ବତ୍ସଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l 

କନ୍ଧମାଳ ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ୍ 

Related posts

ନର୍ଲା ରିପୋଟର୍ସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ  ‘କର୍ମ ହିଁ ଉପାସନା’ ଉପରେ ଆଲୋକପାତ  

masiha

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବସ।

masiha

Leave a Comment

error: Content is protected !!