ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଡାମକୁରାଡ଼ି ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ରୌପ୍ୟ ଜୟନ୍ତୀ ପାଳିତ 

ବଡାମକୁରାଡ଼ି ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ରୌପ୍ୟ ଜୟନ୍ତୀ ପାଳିତ 

 ମୟୂରଭଞ୍ଜ :- ୦୧/୦୨ // ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ବଡାମ କୁରାଡି ଗାଁ ଠାରେ ବଡାମକୁରାଡ଼ି ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି |ପ୍ରତ୍ୟକ ଟି କ୍ରୀଡା ପାଇଁ ରୂପା ପୁରସ୍କାର ପ୍ରଦାନ କରାଯାଇଛି |ଏହି କ୍ରୀଡା ଉତ୍ସବରେ ସବୁଠାରୁ ରାମଞ୍ଚକର ଓ ଆକର୍ଷଣୀୟ କ୍ରୀଡା ମହିଳା ମାନଙ୍କ ବେଙ୍ଗ ଧରା,ସହିତ ମୋଟ 12ଟି କ୍ରୀଡା କରାଯାଇଥିଲା |ତଦ ସହିତ ସ୍ପୋର୍ଟ ପଡ଼ିଆର ମଦ୍ଧ ଭାଗରେ ସୁଦୂର ଝାରଖଣ୍ଡର ବୁଗି ବୁଗି ଡେନ୍ସ ଧମାକା ନିରବଚ୍ଛିନ୍ନ ଭାବେ ଦର୍ଶକଙ୍କୁ ଉତ୍ସାହିତ କରିଥିଲାତେବେ ଏହି କ୍ରୀଡା ମହୋତ୍ସବ ଗ୍ରାମାଞ୍ଚଳ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲେ ବି ଦର୍ଶକ ମାନଙ୍କୁ ବେସ୍ ଆକୃଷ୍ଟ କରି ପାରିଥିଲା |ଏହି କ୍ରୀଡା ଓ ଲୋକନୃତ୍ୟକୁ ଉପଭୋଗ କରିବା ପାଇଁ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା | କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ କୁସୁମୀ ବ୍ଲକ ଜିଲ୍ଲା ପରିଷଦ ସଭ୍ଯ ରାମଚନ୍ଦ୍ର ମୁର୍ମୁ ଯୋଗଦାନ କରି କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରାଧାନାଥ ମହାନ୍ତ , କମଲ ଲୋଚନ ମହାନ୍ତ , ସତ୍ଯନାଥ ମହାନ୍ତ , ଡେବିଡ କୁମାର ମହାନ୍ତ , ଅଭିନନ୍ଦ ମହାନ୍ତ , ହରଗୋବିନ୍ଦ ମହାନ୍ତ , ସୁଶେନ ମହାନ୍ତ , ଡିସ୍କୋ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ । ଭାଷାବିତ ଲଳିତ ମହାନ୍ତ ରୈପ୍ଯ ଜୟନ୍ତୀ ସମାରୋହ ସମ୍ପର୍କ ରେ କ୍ରୀଡା ଓ ସ୍ବାସ୍ଥ୍ଯ କେତେ ଆବଶ୍ୟକ ସେ ସମ୍ପର୍କ ରେ ସଚେତନ ବାର୍ତ୍ତା ରଖି ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହ ରେ ଉଦଯାପିତ 

Sunil Chandra Nayak

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

Differently Abled Cricket Council of India receives PCI recognition.

masiha

Leave a Comment

error: Content is protected !!