ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

 ମୟୂରଭଞ୍ଜ:- // ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ମାରାଂ ବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି।

     ଏହି ନବବର୍ଷ ଅବସରରେ ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପାରିକ ପରିଧାନରେ ବାଙ୍କାବୁରୁ ପାହାଡ ନିକଟସ୍ଥ ପଡିଆରେ ଏକତ୍ରିତ ହୋଇ ପୁରୁଷଙ୍କ ଦ୍ବାରା ପ୍ରସ୍ତୁତ ରନ୍ଧା ଖାଦ୍ୟ ମହିଳା ମାନଙ୍କୁ ପରସା ଯାଇଥିଲା। ବର୍ଷ ତମାମ ମହିଳା ମାନେ ପୁରୁଷ ତଥା ପରିବାର ବର୍ଗଙ୍କୁ ରନ୍ଧାବଢା କରି ଖାଦ୍ୟ ପରସୁଥିବାବେଳେ ନୂତନ ବର୍ଷ ମାଘ ମୁଲୁଃ ଅବସରରେ ମହିଳା ମାନଙ୍କୁ ବିଶ୍ରାମ ଦେବା ସହିତ ଦିନକ ପାଇଁ ଖାଦ୍ୟ ପ୍ରସ୍ତୁତ କରି ମହିଳା ମାନଙ୍କୁ ଖାଦ୍ୟ ପରଷି ସମ୍ମାନ ପ୍ରଦାନ କରିବାର ନିଆରା ପରମ୍ପରା ସୃଷ୍ଟି କରିଛନ୍ତି।

 ସମସ୍ତେ ଭୋଜନ କରିବା ପରେ ଅନୁଷ୍ଠିତ ସାଧାରଣ ସଭାରେ ଅତିଥି ମାନେ ଉପସ୍ଥିତ ସାଧାରଣଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆଧୁନିକତାର ସଂସ୍ପର୍ଶରେ ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା ଆଦି ଲୋପ ପାଇବାକୁ ବସିଲାଣି ତେଣୁ ଆଦିବାସୀ ସମାଜ କୁ ତାର ପାରଂପରିକ ପ୍ରଥା କୁ ମନେ ପକାଇ ଦେବା ପାଇଁ ଏକ ସାମାଜିକ ସଚେତନ ନିମନ୍ତେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭା କାର୍ଯ୍ଯ ପରେ ପରେ ପାରମ୍ପାରିକ ବାଦ୍ୟରେ ସମସ୍ତେ ନୃତ୍ୟ କରି ନୂତନ ବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହିତ ପାଳନ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁନାଇଟେଡ ଫ୍ରଣ୍ଟ ଫର ସାନ୍ତାଳୀ ଲାଙ୍ଗୁଏଜେ ଆଣ୍ଡ literature ସଂଘ ର ସାଧାରଣ ସଚିବ ଡା. ଛଟରାୟ ବାସ୍କେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବାବାତିଲକା ଲାଇବ୍ରେରୀ ସଭାପତି ରାମଚନ୍ଦ୍ର ହେମ୍ବ୍ରମ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ଦୁଃଖିଶ୍ୟାମ ଟୁଡ଼ୁ (ପୂର୍ବତନ କିରାଣି), ରାମଦାସ ମୁର୍ମୁ (ବାବା ତିଲକା ପାଠାଗାର ପ୍ରତିଷ୍ଠାତା), ବିଜାତଳା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ମାର୍ଣ୍ଡି, ଗିଦିଘାଟୀ ମାଝୀବାବା ଭଜରାୟ ହାଁସଦାଃ, ବିକ୍ରମ ହାଁସଦାଃ, ହରିଶ ହାଁସଦାଃ ଏବଂ ତାରଣା ପୋଷ୍ଟ ମାଷ୍ଟର ବୀରବିର୍ଷା ଟୁଡୁ’ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

  ମାରାଂ ବୁରୁ ସେମଲେଦ୍ ସଂଘ ସଭାପତି ଇଶ୍ୱର ବାସ୍କେଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଗ୍ରାମ ନାଏକେ ମେଘ୍ରାୟ ବାସ୍କେ, ଗ୍ରାମ ମାଝୀବାବା ହେମ କିସ୍କୁ ତଥା ସଂଗଠନ ସଦସ୍ୟ ବୁସୁ ହେମ୍ବ୍ରମ, ସୁଗଦା କିସ୍ତ୍ରୁ, ସାଲଖୁ ବାସ୍କେ, ମାନସିଂ, ଡମାନ, ଗାନେ ଏବଂ କାରିଆ’ଙ୍କ ସହିତ ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ!

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଏଫ.ଏଫ.ସି.ର “ବିଶ୍ୱ ବନ୍ଧୁତ୍ୱ ଦିବସ” ପାଳନ

Sunil Chandra Nayak

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

masiha

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସେବାଶ୍ରମରେ ଲଷ୍ମୀ ଧର ସାର୍ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!