ସିଙ୍ଗିପୁର ରେ ଜିଲ୍ଲାପାଳ ଙ୍କ ରିଲିଫ କାର୍ଯ୍ୟ ସମୀକ୍ଷା ଓ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ
ଆସିକା : (୩/୧୧/୨୬) (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୋମବାର ରାତ୍ରିରେ ଅର୍ଣବ ବନ୍ୟା ରେ ଧରାକୋଟ ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ପଞ୍ଚାୟତ ସିଙ୍ଗିପୁର ର କ୍ଷତିଗ୍ରସ୍ତ ଗ୍ରାମ ଓ ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ । ଭଞ୍ଜନଗର ଉପ ଜିଲ୍ଲପାଳ ଉମା ଶଙ୍କର ବେହେରା,ବି ଡି ଓ ଲିପିନା ଦାସ, ଗଣିଆ ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ପ୍ରମୁଖ ଙ୍କ ଉପସ୍ଥିତିରେ ଆଶ୍ରୟ ସ୍ଥଳୀରେ ରହିଥିବା 65 ଜଣ ଙ୍କ ଅବସ୍ଥା ପଚାରି ବୁଝିବା ସହ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ର ମାନ ପରୀକ୍ଷା କରିଥିଲେ । ଏହାପରେ ଉପସ୍ଥିତ ଶିଶୁ ମାନଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ। ଗତ ଅର୍ଣବ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ବିପନ୍ନ ପରିବାର ଲୋକେ ନଷ୍ଟ ହୋଇଯାଇଥିବା ଘରର ପୁନଃ ଉଦ୍ଧାର, ବନ୍ୟା ଜଳ ରେ ନଷ୍ଟ ହୋଇଯାଇଥିବା ଧାନ,ଚାଉଳ ଓ ଆସବାବ ପତ୍ର ପାଇଁ ସରକାରୀ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ସରକାରୀ ଘୋଷଣା ପ୍ରକାରେ ସହାୟତା ରାଶି,ଚାଉଳ, ଭଗ୍ନ ଗୃହ ପାଇଁ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

