ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ, ଅର୍ଣବ ରେ ଆସିଥିଲେ 67 ଗର୍ଭବତୀ,ମୁରାସୁ ରେ ଜନ୍ମ ନେଲେ ପାଞ୍ଚ ଶିଶୁ

ଧରାକୋଟ, ଅର୍ଣବ ରେ ଆସିଥିଲେ 67 ଗର୍ଭବତୀ,ମୁରାସୁ ରେ ଜନ୍ମ ନେଲେ ପାଞ୍ଚ ଶିଶୁ

ଆସିକା 🙁 ୩/୧୧/୨୬) (ଶିବ ଶଙ୍କର ମିଶ୍ର ) ବାତ୍ୟା ମୁରାସୁ ର ସଫଳ ମୁକାବିଲା ପାଇଁ ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋମବାର ରାତ୍ରି ରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନୋଟି ଶିଶୁ ପୁତ୍ର ଓ ଦୁଇଟି ଶିଶୁ କନ୍ୟା ଜନ୍ମ ନେଇଛନ୍ତି । ଯାହାକି ଧରାକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତର ଏମ ଭି କେ ଅଶୋକ, ଶିଶୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁ,ଡାକ୍ତର ବିମଳେନ୍ଦୁ ପଣ୍ଡା ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନର୍ସିଂ ଅଫିସର ମୋହିନୀ କୁମାରୀ ସାହୁ, ଗୀତାରାଣୀ ସେଠୀ, ଏ ଏନ ଏମ ବିଷ୍ଣୁପ୍ରିୟା ରେଡ୍ଡୀ ଙ୍କ ସହାୟତାରେ ପାଞ୍ଚଟି ଶିଶୁ ନିରାପଦ ଭାବରେ ଜନ୍ମ ଗ୍ରହଣ କରିଥିଲେ। ଝାଡ଼ବନ୍ଧ ଗ୍ରାମର ସୁନୀତା ନାୟକ ଓ ଶ୍ରୀକାନ୍ତ ବିଷୋୟୀ ଙ୍କ ଶିଶୁ ପୁତ୍ର,ସମପଲ୍ଲୀ ର ସୁଶୀଳା ସେନାପତି ଓ ମୁନା ସେନାପତି ଙ୍କ ର ଶିଶୁ ପୁତ୍ର, ମହୁପଦର ଗ୍ରାମର ମୋନାଲିସା ବିଷୋୟୀ ଓ ପାଣ୍ଡବ ବିଷୋୟୀ ଙ୍କ ଶିଶୁ ପୁତ୍ର, ଖଇରପୁଟି ଗ୍ରାମର ଲକ୍ଷ୍ମୀ ଦାସ ଓ ରାଜା ନାହାକ ଙ୍କ ଶିଶୁ କନ୍ୟା ଓ ମଳାଭଞ୍ଜା ଗ୍ରାମର ଜି ରାଜେଶ୍ୱରୀ ଓ ଜି ରାଜା ଙ୍କ ଏକ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିଲେ। ମଙ୍ଗଳବାର ସକାଳୁ ଧରାକୋଟ ବି ଡି ଓ ଲିପିନା ଦାସ, ଗଣିଆ ବି ଡି ଓ ଡେନିସ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ, ଏ ସି ପି ଅମେସ ବେହେରା, ନିକୁଞ୍ଜ ଗୌଡ଼,ସୁଶାନ୍ତ ପଣ୍ଡା ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ନବଜାତ ଶିଶୁ ମାନଙ୍କ ମାତା ପିତା ଙ୍କୁ ବେବି କିଟ ପ୍ରଦାନ କରିବା ସହ ସମସ୍ତ ଗର୍ଭବତୀ ମା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଶିଶୁ ପୁତ୍ର ମାନଙ୍କୁ ମୁରାସୁ ଓ ଶିଶୁ କନ୍ୟା ମାନଙ୍କୁ ମୁରାସି ଭାବରେ ନାମକରଣ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ବି ଡି ଏମ ଆଶୁତୋଷ ସାହୁ, ଶିବରାମ ବ୍ରହ୍ମା ଓ ନିର୍ମଳା ମଲିକ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବୁଢ଼ୀପଦର ଓ ପଣ୍ଡକୁଳ ଗ୍ରାମର ଭୁଲିଆ ପାଇଲେ ନିଜସ୍ୱ ଅଧିକାର 

masiha

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ.

Sunil Chandra Nayak

Leave a Comment

error: Content is protected !!