ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭାରସାମ୍ୟ ହରାଇ ୧୩ . ପୁଟ ଖାତରେ ପଡ଼ିଲା ମଟର ସାଇକେଲ ଏବଂ ଚାଳକ ମୃତ  , ୨- ଘରର କାନ୍ଥ କାମ କରୁଥିବା ବେଳେ କାନ୍ଥ ଭାଙ୍ଗି ଉପରେ ପଡ଼ିବାରୁ ମିସ୍ତ୍ରୀର ମୃତ୍ୟୁ

ଭାରସାମ୍ୟ ହରାଇ ୧୩ . ପୁଟ ଖାତରେ ପଡ଼ିଲା ମଟର ସାଇକେଲ ଏବଂ ଚାଳକ ମୃତ 

ବନ୍ଧୁଗାଁ ତା, ୩୧/୧/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାବିରିବାଡି ପଞ୍ଚାୟତ ଅନ୍ତର୍ଗତ ପଣସପଦର ଗ୍ରାମର କେଶବ ତାଡିଙ୍ଗ (ପୁ)୪୦ ନାମକ ଜଣେ ବ୍ୟକ୍ତିଙ୍କର ମୃତ ଦେହ ପ୍ରାୟ ଚାରି ଦିନ ପରେ ମିଳିଲା l ସେ ସୋମବାର ଦିନଠୁ ନିଜ ପରିବାରଙ୍କ ଦୃଷ୍ଟି ରେ ଦିସୁନ ଥିବା ବେଳେ ତାଙ୍କ ପରିବାର ଲୋକ ସକାକୁଳ ହଇ ଖଜିବାରେ ଲାଗିଥିଲେ l କିନ୍ତୁ ଆଜି ତାଙ୍କ ପରିବାରକୁ ମିଳିଅଛି କେଶବଙ୍କ ମୃତ ଶରୀର l ଗ୍ରାମର ଲୋକେ କହିବା ଅନୁସାରେ ସମ୍ଭା ମାଣ୍ଡିଙ୍ଗ ସେ କୁଆଡେ ସୋମବାର ଦିନ ନିଜ ପତ୍ନୀ ଙ୍କ ସହ ନାରାୟଣପାଟଣା ରେ ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଯାଇଥିଲେ l ଏବଂ ତାଙ୍କ ପତ୍ନୀଙ୍କୁ ଆଧାର ସେଣ୍ଟରରେ ଅହ୍ଲାଇ କେଶବ ତାଙ୍କ ନିଜ ଝିଅଙ୍କର ମଧ୍ୟ ଆଧାର ଅପଡେଟ କରାଇବା ନିମନ୍ତେ ଗାରିଡି ସ୍କୁଲରେ ଆଣିଯିବାକୁ  ଯାଉଥିବା ସମୟରେ ନାରାୟଣପାଟଣା ଠାରୁ ବନ୍ଧୁଗାଁ ଯିବା ରୋଡ ର ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଗଡାଣିଆରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୩. ପୁଟ ଖାତକୁ ପଡ଼ିଥିବା ଫଳରେ ମଟର ସାଇକେଲ ସହ ଚାଳକଙ୍କର ସେହି ସ୍ଥାନରେ ହିଁ ମୃତ୍ୟୁ ହୋଇଯାଇଥିବାର ଦେଖିବାକୁ ମିଳିଛି I ଉକ୍ତ ବିଷୟକୁ ନେଇ ମୃତ ବ୍ୟକ୍ତିଙ୍କ ପୁଅ ସନ୍ତୋଷ ମାଣ୍ଡିଙ୍ଗ ନାରାୟଣ ପାଟଣା ଥାନାରେ ଲିଖିତ ଭାବରେ ଅଭିଯୋଗ ପରେ ଥାନା ଷ୍ଟାଫ ପହଁଞ୍ଚି ଶବକୁ ନେଇ ଶବ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କଲେ I 


ଘରର କାନ୍ଥ କାମ କରୁଥିବା ବେଳେ କାନ୍ଥ ଭାଙ୍ଗି ଉପରେ ପଡ଼ିବାରୁ ମିସ୍ତ୍ରୀର ମୃତ୍ୟୁ 

ବନ୍ଧୁଗାଁ ତା ୩୧/୧/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ଟାଙ୍କୁ ଗାଁର ଜଣେ ଲୋକଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ କରୁଥିବା ବେଳେ କାନ୍ଥ ଭାଙ୍ଗି ଉପରେ ପଡ଼ିବାରୁ ମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୁଚନା ଅନୁଯାଇ ମେଲେକା ରାଉତା ନାମକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଖଣ୍ଡିକ ମିଳିଥିଲା। ପୂର୍ବରୁ ରାଉତା ଙ୍କ ଏକ ସିମେଣ୍ଟ କାନ୍ଥ ଥାଇ ଟିଣ ଛପର ଘର ରହିଥିଲା। ଏହି ପୁରୁଣା ଘରର ଛାତରୁ ଟିଣ ବାହାର କରି ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାମ ସେହି ଗାଁର ମିସ୍ତ୍ରୀ କାତ୍ରୁ କାଡ୍ରାକା ଆରମ୍ଭ କରି ଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଘରର ମୂଳଦୁଆ ସହ ୪ ଟି ସିମେଣ୍ଟ ସ୍ତମ୍ଭ ପୁଣି ମୂଳ ଦୂଆ ଉପରେ ବେଲଟ ଦେଇ ସାରିବା ପରେ କାନ୍ଥ କାମ ଆରମ୍ଭ କରାଯାଇଥାଏ। କିନ୍ତୁ ମିସ୍ତ୍ରୀ ଜଣକ ସେହି ପୁରୁଣା କାନ୍ଥକୁ ନ ଭାଙ୍ଗି ମୂଳ ଦୁଆ କୁ ଲାଗି ଥିବା କାନ୍ଥରୁ ଇଟା କାଟି ବେଲଟ୍ ପାଇଁ ଓ ସିମେଣ୍ଟ ଖମ୍ଭ ପାଇଁ ଲୁହା ରୋଡ ଭର୍ତ୍ତି କରି କାମ ଆରମ୍ଭ କରୁ ଥିଲେ। ଏହି ସମୟରେ ଦୁର୍ବଳ ଥିବା କାନ୍ଥ ଟି ଭାଙ୍ଗି ମିସ୍ତ୍ରୀ ଉପରେ ପଡ଼ିବାରୁ ମିସ୍ତ୍ରୀ ର ମୃତ୍ୟୁ ହୋଇଯାଇଛି। ଏହି ଘଟଣାଟି ଗୁରୁବାର ଦିନ ସାନ୍ଧ୍ୟ ୫ ଘଣ୍ଟା ସମୟରେ ହୋଇ ଥିବା ରୁ ଗାଁ ରେ ଥିବା ମୃତ ବ୍ୟକ୍ତିର ସାନ ଭାଇ ବାବାଜୀ କାଡ୍ରାକା ଲିଖିତ ଭାବେ ପଞ୍ଚାୟତ ସରପଞ୍ଚ ଇରମା କାଡ୍ରାକା ଙ୍କ ସ୍ବାମୀ ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଆସି ଥାନାରେ ଅଭିଯୋଗ ଦେଇ ଥିଲେ। ବନ୍ଧୁଗାଁ ଥାନା ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଥାନା ଏଏସଆଇ ବି ଟି ସାଧୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ଶବ କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ।ଡାକ୍ତର ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆନ୍ଧ୍ର ସୀମାନ୍ତ କୁ ଲାଗି ଥିବା ଟାଙ୍କୁ ଗାଁଟି ରହିଛି। ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଦେବା ପରେ ବ୍ଲକ ଯନ୍ତ୍ରୀ ମାନେ ଘର ସ୍ତମ୍ଭ ପୁଣି ମୂଳ ଦୂଆ ନିର୍ମାଣ କାମ ସମୟରେ ରହିବା ଆବଶ୍ୟକ ରହିଛି। ଯନ୍ତ୍ରୀ ମାନଙ୍କ ଅବହେଳା ପୁଣି ଅନଭିଜ୍ଞ ମିସ୍ତ୍ରୀଙ୍କ ଏହି ପ୍ରକାର କାମ ପାଇଁ ଆଜି ଜଣେ ଅସହାୟ ଲୋକର ମୃତ୍ୟୁ ହୋଇଯାଇଛି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର 

masiha

କେନ୍ଦ୍ରୀୟ ସଂଚାର ବ୍ୟୁର ଜୟପୁର ଶାଖା ପକ୍ଷରୁ ଅମୃତ ମହୋତ୍ସବ ଶୋଭାଯାତ୍ରା ଅନୁଷ୍ଠିତ

Sunil Chandra Nayak

ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର: ଦାବି ନ ମାନିଲେ ଖୋଲିବୁନି ସ୍କୁଲ୍ ,ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ତାଲା

masiha

Leave a Comment

error: Content is protected !!