ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ର ପ୍ରଦେଶ ପୋଏନୁର୍ କମ୍ପାନୀ ଖଣି ଖନନ ଓ ପରିବହନ ବିରୋଧ

ଆନ୍ଧ୍ର ପ୍ରଦେଶ ପୋଏନୁର୍ କମ୍ପାନୀ ଖଣି ଖନନ ଓ ପରିବହନ ବିରୋଧ

ଲକ୍ଷ୍ମୀପୁର ନିକଟସ୍ଥ କଡ଼ିଙ୍ଗାମାଲି ପାହାଡ଼ ରୁ ବାହାରୁଥିବା ମୂଲ୍ୟବାନ ବକ୍ସାଇଟ ଖଣି ଟିକୁ ତତ୍କାଳୀନ ରାଜ୍ୟ ସରକାର ଓ.ଏମ୍.ସି ଦ୍ଵାରା ଖଣି ଖନନ କରି ମୂଲ୍ୟବାନ ବକ୍ସାଇଟ ଖଣିକୁ ବେଦାନ୍ତ କମ୍ପାନୀକୁ ସ୍ଵଳ୍ପ ମୂଲ୍ୟରେ ବିକ୍ରୀ କରୁଅଛି। ଏହି ସମୟରେ ଅଞ୍ଚଳ ବାସୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ କି ଆମ ପାହାଡ଼ରୁ ବାହାରୁଥିବା ଖଣି ଆମ ଅଞ୍ଚଳରେ ହିଣ୍ଡାଲକୋ କମ୍ପାନୀ ଦ୍ଵାରା ଯେଉଁ ଜମି ଅଧିଗ୍ରହଣ କରାଯାଇଛି ଉକ୍ତ ସ୍ଥାନରେ କାରଖାନା ପ୍ରତିଷ୍ଠା କରାଯାଉ ଏବଂ ଖଣି ଖନନ କରାଯାଉ ବୋଲି ଦାବି କରି ଆସୁଥିଲେ ଏହି ସମୟରେ ହିଣ୍ଡାଲକୋ କମ୍ପାନୀ କଂସାରୀଗୁଡ଼ା ଠାରେ ଆଦିତ୍ୟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଭୂମି ପୂଜନ ସାରିଥିବା ବେଳେ ଆନ୍ଧ୍ର ପ୍ରଦେଶ ପୋଏନୁର୍ କମ୍ପାନୀ ଦ୍ଵାରା ୨୦ ପ୍ରତିଶବ୍ଦ ଖଣି ଖନନ ଓ ପରିବହନ ଦାୟିତ୍ୱ ନେଇ ପୁଣି ବେଦାନ୍ତ କମ୍ପାନୀ କଞ୍ଚା ମାଳ ବିକ୍ରୀ କରୁଥିବାରୁ ଆଜି ଗୋପାଳ ମହାନନ୍ଦିଆ ଙ୍କ ନେତୃତ୍ବରେ ପ୍ରାୟ ୨୫/୩୦ ଜଣ ଲୋକ ଏକତ୍ରିତ ହୋଇ ପୋଏନୁର୍ କମ୍ପାନୀ କୁ ବିରୋଧ କରି ଜିଲ୍ଲା ପାଳ ଠାରୁ ଆରମ୍ଭ ରାଜ୍ୟ ସରକାରଙ୍କୁ ଦରଖାସ୍ତ ଲେଖି ଦେଇଛନ୍ତି। ଆଗାମୀ ଦିନରେ ପୋଏନୁର୍ କମ୍ପାନୀ ମାଲ ପରିବହନ କରେ ତାହାହେଲେ ଆମେ ଅଞ୍ଚଳ ବାସୀ ସମୂହ ବିରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ

masiha

ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ 

masiha

କୋକସରା ବ୍ଲକ୍ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!