ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରଡିପାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତରଡିପାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ନୋଡାଲ ଉଚ୍ଚବିଦ୍ୟାଳୟ ବାର୍ଷିକକ୍ରୀଡା ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ବେହେରା ଙ୍କ ପୌରାହିତ୍ୟ ସହକାରୀ ଶିକ୍ଷୟତ୍ରୀ ତରଙ୍ଗବାଳା ରାଉତଙ୍କ ସଂଯୋଜନା ରେ ହୋଇଥିବା ପୁରସ୍କାର ବିତରଣୀ ସଭାରେ ମୂଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ,ତରଡିପାଳ ପଞ୍ଚାୟତ ର ସରପଞ୍ଚ ଦେବବ୍ରତ ନାୟକ ‘ସମିତି ସଭ୍ୟ ନିରଞ୍ଜନ ବାରିକ ,15 ନମ୍ବର ଜିଲାପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ମୁଖ୍ୟ ବକ୍ତା ଭାବେ ସାମାଜ ସଂସ୍କାରକ ପର୍ଶୁରାମ ବିଶ୍ଵାଳ, ପରିଚାଳନା କମିଟି ଅଧ୍ୟକ୍ଷ! ସୁଶାନ୍ତି ବିଶ୍ଵାଳ , ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଆଲ୍ଲାଦିନ ଭଦ୍ର, ପୂର୍ବତନ ଖେଳ ଶିକ୍ଷକ ସୁଶୀଲ କୁମାର ବିଶ୍ଵାଳ, ପୁରାତନ ଛାତ୍ର ପ୍ରଶାନ୍ତ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ. ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ପୁଣ୍ୟତୋୟା ଲେଙ୍କା ବିବରଣୀ ପାଠ କରିଥିଲେ ଶିକ୍ଷା ସଂଯୋଜକ ପ୍ରଦୀପ ତରାଇ,ଓ ମୋ ସ୍କୁଲ କମିଟି ସଭାପତି ଅଭିଷେକ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ରୀଡା ରେ ପାରଦର୍ଶିତା ଦେଖାଇ ଚାମ୍ପିୟନ ହୋଇଥିବା ପୁନମ୍ ନାୟକ, ରାକେଶ ଜେନା, ରିନା ସେଠି, ଶୁଭମ ମଳିକ ସ୍ନେହାରାଣୀ ବିଶ୍ଵାଳ ଓ ମାଧବ ଚନ୍ଦ୍ର ଧଳ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନକରିଥିଲେ ।

ଏହି ଉତ୍ସବକୁ କ୍ରୀଡା ଶିକ୍ଷକ ରାଜକିଶୋର ବେହେରା , ସଞ୍ଜ କୁମାର ବେହେରା, ବିଜୟ କେତନ ପାତ୍ର, ଶୁଭଶ୍ରୀ ଜେନା, ଶୁଭଶ୍ରୀ ବେହେରା, ସୁଶ୍ରୀ ନାୟକ, ସତ୍ୟବତୀ ସାହୁ, ଶ୍ଵେତପ୍ରଭା ନାୟକ, ଲୀନା ସାହୁ ଓ କମଳ ମଳିକ ପରିଚାଳନା କରିଥିଲେ । ଅତିରିକ୍ତ ଶିକ୍ଷା ଅଧିକାରିଣୀ ସୁନିତ ମହାପାତ୍ର ଯୋଗ ଦେଇଥିବା ବେଳେ ଲିଲିରାଣୀ ରାଉତ ଧନ୍ୟବାଦ ଦେଇଥିଲେ. ସଭା ଶେଷ ରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ !

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

masiha

ଦିନ ୧୦ ଘଣ୍ଟା ସମୟରେ ଡାବୁଗାଁ ଶିବ ମନ୍ଦିର ପାର୍ଶ୍ଵରେ ଜଣେ ବ୍ୟବସାୟୀ ଙ୍କ ଘରୁ ଚୋରି 

masiha

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!