ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଗାଁ ବିକଶିତ ଓଡିଶା ଶୁଭାରମ୍ଭ ନେଇ ପ୍ରସ୍ତୁତି ବୈଠକ

ବିକଶିତ ଗାଁ ବିକଶିତ ଓଡିଶା ଶୁଭାରମ୍ଭ ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ, ୩/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ ପ୍ରକୋଷ୍ଠରେ ବିକଶିତ ଗାଁ ବିକଶିତ ଓଡିଶା ଶୁଭାରମ୍ଭ ନେଇ ଏକ ପ୍ରସ୍ତୁତି ବୈଠକ ଏବିଡିଓ ପଦ୍ମନାଭ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଚଳିତ ମାସ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଉକ୍ତ ଯୋଜନାର ଶୁଭାରମ୍ଭ ର ସିଧାପ୍ରସାରଣ କରାଯିବ, ଉକ୍ତ କାର୍ଯ୍ୟକ୍ରମ ଡାବୁଗାଁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା | ଏଥିରେ ସିଡିପିଓ ମିନତୀ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଅଗ୍ନିସମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ଅଙ୍ଗନୱାଡି ସୁପରଭାଇଜର ସାଇରା ବାନୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ ଓ ହଳଧର ଜାନୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଡ଼ଙ୍ଗରିଗୁଡା ସରପଞ୍ଚ ରାମକୁମାର ଗଣ୍ଡ, ବିଦ୍ୟୁତ ବିଭାଗର ଉତ୍ତମ ଦାଶ, ଜି. ସତ୍ୟା ରାଓ, ଜୟନ୍ତ କୁମାର ପାତ୍ର, ନରେଶ ସିଂ, ନରୁ ସିଂ, ସାମୁଏଲ ସାଧୁ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଯାମଦା ଥାନା !ତେନ୍ତୁଳି ଗଛରେ ଜଗିଥିଲା ଯମ । ଗଛରୁ ପଡି ଯୁବକ ମୃତ !

Sunil Chandra Nayak

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

masiha

Leave a Comment

error: Content is protected !!