ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଅବସରପ୍ରାପ୍ତ ସିଡିପିଓ ମନୋରମା ମାଝି ଓ ପ୍ରୋବେଶନର ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା ପ୍ରମୁଖ ଯୋଗ ଦେଇ ଶିଶୁ ଅଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ଓ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନାରୁ ଶିଶୁ ମାନଙ୍କୁ ସୁରକ୍ଷା, କନ୍ୟା ଭ୍ରୂଣ ହତ୍ୟା ନିରୋଧ ଆଇନ, ଶିଶୁ ଶ୍ରମିକ ନିଷେଧ ଆଇନ, ଅନାୟତିକ ଶିଶୁ ଚାଲାଣ ଅଧିନିୟମ, ଜନ୍ମ ମୃତ୍ୟୁ ପଞ୍ଜୀକରଣ ନିୟମ, ଅନାଥ ଆଶ୍ରମ ଅଧିନିୟମ, କିଶୋର ନ୍ୟାୟ ଅଧିନିୟନ ଆଦି ବିଷୟରେ ତାଲିମ ଦେଇଥିଲେ | ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଯାଇଥିଲା | ଏଥିରେ ସିଡିପିଓ ମିନତୀ ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନୀ ପ୍ରଧାନ, ସାଇରା ବାନୁ ଓ ବିମଳା କୁମାରୀ ନାୟକ, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ଗ୍ରାମ, ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭାପତି ଓ ସମ୍ପାଦକ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ |

 ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

masiha

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

୧- ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ- ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ,୨- ନଦୀରେ ବୁଡି ଜଣେ ମୃତ, ୨ ଦିନ ପରେ ଶବ୍ଦକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

Sunil Chandra Nayak

Leave a Comment

error: Content is protected !!