ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଅବସରପ୍ରାପ୍ତ ସିଡିପିଓ ମନୋରମା ମାଝି ଓ ପ୍ରୋବେଶନର ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା ପ୍ରମୁଖ ଯୋଗ ଦେଇ ଶିଶୁ ଅଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ଓ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନାରୁ ଶିଶୁ ମାନଙ୍କୁ ସୁରକ୍ଷା, କନ୍ୟା ଭ୍ରୂଣ ହତ୍ୟା ନିରୋଧ ଆଇନ, ଶିଶୁ ଶ୍ରମିକ ନିଷେଧ ଆଇନ, ଅନାୟତିକ ଶିଶୁ ଚାଲାଣ ଅଧିନିୟମ, ଜନ୍ମ ମୃତ୍ୟୁ ପଞ୍ଜୀକରଣ ନିୟମ, ଅନାଥ ଆଶ୍ରମ ଅଧିନିୟମ, କିଶୋର ନ୍ୟାୟ ଅଧିନିୟନ ଆଦି ବିଷୟରେ ତାଲିମ ଦେଇଥିଲେ | ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଯାଇଥିଲା | ଏଥିରେ ସିଡିପିଓ ମିନତୀ ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନୀ ପ୍ରଧାନ, ସାଇରା ବାନୁ ଓ ବିମଳା କୁମାରୀ ନାୟକ, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ଗ୍ରାମ, ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭାପତି ଓ ସମ୍ପାଦକ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ |

 ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ : କୃଷି ବିଭାଗ ତରଫରୁ ପଞ୍ଚାୟତ ସ୍ତରରେ ଫସଲବୀମା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ଜିଲ୍ଲପାଳ

Sunil Chandra Nayak

ଅ’ ସାହିତ୍ୟ ପତ୍ରିକା ପକ୍ଷରୁ ନୂଆଁଖାଇ ଭେଟଘାଟ୍

masiha

Leave a Comment

error: Content is protected !!