ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଖାତିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

 ତେନ୍ତୁଳିଖୁଣ୍ଟି ୦୫//୦୨/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ଖାତିଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଚପଳା ଦେଇ ଙ୍କ ଆବାହକତ୍ୱ ରେ ଆଜି ଅନୁଷ୍ଠିତ ହୋଇଯାଇଛି। ନିମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ , ବିଦ୍ୟାଳୟ ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରାରମ୍ଭ ରେ ଅର୍ଚ୍ଚନା ପଟ୍ଟନାୟକ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମ ,ମୁଖ୍ୟ ଅତିଥି ଭାବେ ଏ ବି ଇ ଓ ମୋହନ ମଧୁ ସୂଦନ ବାଗ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଏ ବି ଇ ଓ ରମେଶ ଟାକ୍ରୀ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବେହେରା ,ସମ୍ମାନିତ ଅତିଥି ଭାବେ ସରପଞ୍ଚ ବନ୍ଦିତା ନାୟକ ଓ ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀମତୀ ପ୍ରମୋଦା ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବାଗ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ରେ ମନୋନିବେଶ କରିବା ସହ ସାଂପ୍ରତିକ ବ୍ୟବସ୍ଥା ରେ ନିଜକୁ ସ୍ଥାପିତ କରିବା ପାଇଁ ସାଠ ସହ ଖେଳ କୁଦ ନାଚ ଗୀତ ଆଦି ରେ ମଧ୍ୟ ନିଜକୁ ସ୍ଥାପିତ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ରମେଶ ଚନ୍ଦ୍ର ଟାକ୍ରୀ ସାଂପ୍ରତିକ ବ୍ୟବସ୍ଥା ରେ ନିଜକୁ ସ୍ଥାପିତ କରିବା ପାଇଁ ସମୟାନୁବର୍ତ୍ତୀ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ କରିଥିଲେ। ମଞ୍ଚ ପରିଚାଳନା ସହକାରୀ ଶିକ୍ଷୟତ୍ରୀ ମମତା ପାଣିଗ୍ରାହୀ କରିଥିବା ବେଳେ ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷୟତ୍ରୀ ଚପଳା ଦେଇ ପାଠ କରିଥିଲେ। ମଞ୍ଚରେ ଅଭିଭାଷଣ କାର୍ଯ୍ୟକ୍ରମ ପରେ ପୂରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା,ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ ନିମନ୍ତ୍ରିତ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ପ୍ରଦାନ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ସହକାରୀ ଶିକ୍ଷକ ହରେକୃଷ୍ଣ ଭତ୍ରା କରିଥିଲେ। ଏହା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଯାହାକୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ କ୍ରୀଷ୍ଣା ବାଗ , ରିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହ ଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ମମତା ପାଣିଗ୍ରାହୀ ଧନ୍ୟବାଦ୍ ପ୍ରଦାନ କରିଥିଲେ। ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ହେବା ଓ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଭା ପ୍ରଦର୍ଶନ ସୁଯୋଗ ମିଳିଥିବାରୁ ଅଭିଭାବକ ଓ ଗ୍ରାମ ବାସୀ ଖୁସି ବ୍ୟକ୍ତ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

 

Related posts

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ସରିଆଁ ଉ.ପ୍ରା.ବିଦ୍ୟାଳୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

masiha

ଡାବୁଗାଁରେ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!