ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଢେଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ

ପାଢେଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ

ପାଟଣାଗଡ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ଗ୍ରାମ ପଞ୍ଚାୟତ ସ୍ଥିତ ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିପୁଣ ଓଡ଼ିଶା ମେଲା ମୌଲିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ମିନାକ୍ଷୀ ମେହେର ମୂଖ୍ୟ ଅତିଥି , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦାବନ ନାଗ ଓ ସ୍ଥାନିୟ ମରୁଆଁ ସରପଞ୍ଚ କବିତା ପରୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ସ୍ଥାନୀୟ ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଲାଲ ମୋହନ ଲୁହା ,ରାମଚ଼ନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ ! ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଆଗାମି ଦୀନରେ ମୌଲିକ ଶିକ୍ଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ କିଭଳି ଭାବରେ ପାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା ନିପୁଣ ଓଡ଼ିଶା ମେଲା ମଞ୍ଚ ପରିଚାଲନା ଭରତ ନାଗ ସାମୟିକ କଳା ଶିକ୍ଷକ ସୁନ୍ଦର ଭାବରେ ପରିଚାଲନା କରିଥିବା ବେଳେ ସିଆରସିସି ଶଶିଚନ୍ଦ୍ର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ! 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

masiha

ଉର୍ବଶୀ ସାହୁ ଙ୍କ ଅକାଳ ବିୟୋଗ 

masiha

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ କରାଇ ମାନବତାର ପରିଚୟ ଦେଲେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର

Leave a Comment

error: Content is protected !!