ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା 

ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା 

ଡାବୁଗାଁ, ୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ସରକାରୀ ଭୂତପୂର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଦ୍ଵାରା ଆୟୋଜିତ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା – ୨୦୨୫ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନିପୁଣ ଓଡିଶା, କାହାଣୀ କହିବା ଓ ଭୂମିକା ନିର୍ବାହ, ଅଭିନବ ଟି.ଏଲ.ଏମ ଏବଂ ଅଭ୍ୟାସ ପ୍ରଦର୍ଶନ, ଲାଇଭ କ୍ଳାସ ଓ ସ୍ଵତନ୍ତ୍ର ଆଲୋଚନା ଶିକ୍ଷଣ କେନ୍ଦ୍ର ଭଳି ୫ ଟି ଷ୍ଟଲ କୁ ଉଦଘାଟନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀ ସୁଭେନ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀୟ ଅତିଥି ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ମୁଖ୍ୟବକ୍ତା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ପ୍ରଧାନଶିକ୍ଷୟତ୍ରୀ ବନଲତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ | ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ୨୦୨୬-୨୭ ସୁଦ୍ଧା ପ୍ରଥମରୁ ତୃତୀୟ ଶ୍ରେଣୀ ପିଲା ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି କରି ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା | ଏହି ମେଳାରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପିଲା ମାନଙ୍କ ଦକ୍ଷତା ହାସଲ କରିବାକୁ ହେଲେ ପିତାମାତା ଙ୍କ ଭୂମିକା, ଶିକ୍ଷକ ମାନଙ୍କ ଭୂମିକା, ଗୋଷ୍ଠୀ ର ଭୂମିକା ଓ ପଞ୍ଚାୟତ ପ୍ରତିନିଧି ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ | ସମସ୍ତ ଅତିଥି, ଅଧିକାରୀ, ଶିକ୍ଷୟତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ନିପୁଣ ଓଡିଶା ଶପଥ ପାଠ କରଯାଇଥିଲା | ଏଥିରେ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା | ଏଥିରେ ଡାବୁଗାଁ କ୍ଲଷ୍ଟରର ୧୧ ଟି ବିଦ୍ୟାଳୟର ଏଫଏଲଏନ ଶିକ୍ଷକ, ୧୧୦ ଅବିଭାବକ, ପ୍ରଥମ ଶ୍ରେଣୀରୁ ୩ ୟ ଶ୍ରେଣୀ ପର୍ଯ୍ୟନ୍ତ ୧୬୦ ଜଣ ଛାତ୍ରୀ ଛାତ୍ର ଭାଗ ନେଇଥିଲେ | ଏହାସହ ଡାବୁଗାଁ ବ୍ଲକ ର ସମସ୍ତ କ୍ଲଷ୍ଟରର ମନୋନୀତ ଏଫଏଲଏନ ଶିକ୍ଷକ ଯୋଗଦେଇ ନିଜର ସର୍ବୋତ୍ତମ ଅଭ୍ୟାସ ଗୁଡିକ ପ୍ରଦର୍ଶନ କରିଥିଲେ | ଏଥିରେ ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ହେମନ୍ତ କୁମାର ପଣ୍ଡା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା, ଗୀତାଞ୍ଜଳି ବସ୍ତିଆ ଏବଂ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି

masiha

ନୂଆପଡା ଜିଲ୍ଲାରେ ନୂତନ ଏସପି ହେଲେ ରାଘବେନ୍ଦ୍ର ଗୁଣ୍ଡଲା ରେଡି 

Sunil Chandra Nayak

ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ 

masiha

Leave a Comment

error: Content is protected !!