ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲରୁ ପଡି ମହିଳା ମୃତ 

ମୋଟରସାଇକେଲରୁ ପଡି ମହିଳା ମୃତ 

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବୁଟିଆଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ମୋଟରସାଇକେଲ ରୁ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଝରିଗାଁ ବ୍ଲକ ବ୍ରହ୍ମ କୁମାରୀ ସଂସ୍ଥା ର ପରିଚାଳିକା ବ୍ରହ୍ମକୁମାରୀ ସନ୍ଧ୍ୟାରାଣୀ ଧଳ (୫୦) ଗୁରୁବାର ଅପରାହ୍ନରେ ଝରିଗାଁର ଯୁବକ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ମୋଟରସାଇକେଲ ନଂ ଓଡି ୨୪ ଇ ୩୩୮୪ ଯୋଗେ ନବରଙ୍ଗପୁର ଠାରୁ ଝରିଗାଁ ଫେରୁଥିବା ବେଳେ ଡାବୁଗାଁ- ଝରିଗାଁ ମୁଖ୍ୟ ରାସ୍ତାରେ ବୁଟିଆଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଥିବା ହମ୍ପ୍ସ ଡେଉଁଥିବା ବେଳେ ପଛରେ ବସିଥିବା ବ୍ରହ୍ମକୁମାରୀ ସନ୍ଧ୍ୟାରାଣୀ ମୋଟରସିକେଲ ରୁ ତଳକୁ ପଡି ଯାଇଥିଲେ | ତଳେ ପଡିଯିବାରୁ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା | ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରୁ ତାଙ୍କର ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରୁ ଉତ୍ତମ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମକୁମାରୀ ସନ୍ଧ୍ୟାରାଣୀ ଧଳ ଙ୍କ ଗୁରୁବାର ରାତ୍ରିରେ ମୃତ୍ୟୁ ଘଟିଛି | ଏନେଇ ଶୁକ୍ରବାର ପୂର୍ବାହ୍ନ ୧୧ ଘ.ରେ ଡାବୁଗାଁ ବ୍ରହ୍ମ କୁମାରୀ ସଂସ୍ଥାର ବ୍ରହ୍ମ କୁମାର ଅଲେଖ ପ୍ରସାଦ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୮/୨୫ ରେ ଏକ ମାମଲା ରୁଜୁ କରାଯାଇଛି | କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଠାରେ ବ୍ରହ୍ମକୁମାରୀ ସନ୍ଧ୍ୟାରାଣୀ ଧଳଙ୍କ ମୃତ ଦେହ ବ୍ୟବଚ୍ଛେଦ କରାଯାଇ ଝରିଗାଁ ବ୍ରହ୍ମ କୁମାରୀ ସଂସ୍ଥା ର କର୍ମକର୍ତ୍ତା ମାନଙ୍କୁ ହସ୍ତାନ୍ତର କରାଯାଇଛି | ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶାଙ୍କ ରୟାଗଡ଼ ଗସ୍ତ 

masiha

ରାଉରକେଲା ବିକାଶ ମଞ୍ଚର ଚେତାବନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର 

Sunil Chandra Nayak

Leave a Comment

error: Content is protected !!