ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

ଆସିକା, ୭/୨/୨୫ // ଧରାକୋଟ ବ୍ଲକର ଆଦିବାସୀ ଅଧ୍ୟୁଷିତ ବଳରାମ ପୁର ପଞ୍ଚାୟତ ର ହଳଦୀ ବଗଡ ଗ୍ରାମରେ ଚାଲିଥିବା ଆଦିବାସୀ ଭଲି ବଲ ଟୁ ର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ବଳରାମ ପୁର ପଞ୍ଚାୟତ ର ଧାଡିଆମ୍ବ,ଜିରୋନଗର, ବୁରୁପଡା କାଳୁଆମ୍ବ,ରଙ୍ଗମାଟିଆ, କେନ୍ଦୂପଦା, ଫଟାଚାଞ୍ଚରା ଓ ହଳଦୀ ବଗଡ଼ ଗ୍ରାମର ଭଲି ବଲ ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଖେଳ ରଙ୍ଗମାଟିଆ ଓ ବୁରୁପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୁରୁପଡା ଦଳ ଚମ୍ପିୟାନ ଘୋଷିତ ହୋଇଥିଲେ। ଉଦଯାପନୀ ଉତ୍ସବର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଗୀତାଞ୍ଜଳି ମଲିକ,ସମିତି ସଭ୍ୟ ଦିସପ ମଣ୍ଡଳ, ସମାଜ ସେବୀ ବିଭୂତି ଭୂଷଣ ସ୍ୱାଇଁ,ପ୍ରଫୁଲ୍ଲ ପ୍ରଧାନ, ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଶ୍ରେଷ୍ଠ ଖେଳାଳି ଭାବରେ ଲୁକେସ ରାଇତ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜୟୀ ବୁରୁପଡା ଦଳକୁ 10000 ଓ ରନର ରଙ୍ଗମାଟିଆ ଦଳକୁ 5000 ଟଙ୍କା ପ୍ରଦାନ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏପରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାରୁ ବିଧାୟକ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଜୟ ଜଗନ୍ନାଥ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା , ବ୍ରାହ୍ମଣୀକୁ ହରାଇ ସେମିଫାଇନାଲରେ କେନ୍ଦୁଗୁଡ଼ା

Sunil Chandra Nayak

୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭୁବନେଶ୍ୱର ଗସ୍ତ

Sunil Chandra Nayak

Leave a Comment

error: Content is protected !!