ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘ ବୈଠକ 

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘ ବୈଠକ 

ଡାବୁଗାଁ, ୮/୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୟନ୍ତୀନଗରସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘର ଏକ ବୈଠକ ସଂଘ ସଭାପତି ବଲ୍ଲଭନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଏକ୍ସ–କ୍ୟାଡର ଶିକ୍ଷକ ମାନଙ୍କୁ ଇନକ୍ରୀମେଣ୍ଟ ପାଇବାରୁ ବଞ୍ଚିତ ଏକ୍ସ –କ୍ୟାଡର ଶିକ୍ଷକ ମାନଙ୍କୁ ଇନକ୍ରୀମେଣ୍ଟ ପ୍ରଦାନ କରିବା, ଆୟକର, ମହଙ୍ଗା ଭତ୍ତା, ପ୍ରାନ ଓ ଏକ୍ସ- କ୍ୟାଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସଂଘ କୁ କିପରି ସୁଦୃଢ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଏଥିରେ ସଂଘ ଉପସଭାପତି ନରସିଂ ମାଝି, ସମ୍ପାଦକ ଜିତେନ୍ଦ୍ର କୁମାର ମାଝି, ପ୍ରଦୀପ କୁମାର ପାଢୀ, ଏମ. ଶ୍ରୀନିବାସ ରାଓ, ରବୀନ୍ଦ୍ର ପ୍ରଧାନ, ଶୁଭେନ୍ଦୁ ଦାଶ, ଉଦରନ ଭତ୍ରା, ସମଦୁ ଗଣ୍ଡ, ଖଗପତି ବିଶୋଇ, ଦିବାକର ହରିଜନ, ଶିକ୍ଷୟତ୍ରୀ ସବିତା ଦାଶ, ନିବେଦିତା ଦାଶ ଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକମାନେ ଉପସ୍ଥିତ ଥିଲେ | ଶେଷରେ ରାଧାକୃଷ୍ଣ ମନ୍ଦିର ପରିସର ସଫା କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କୋକୋଲୁଣ୍ଡା ଗ୍ରାମର ମହିୟସୀ ମହିଳା ବିନୋଦିନୀ ପଣ୍ଡା ଙ୍କ ପରଲୋକ 

Sunil Chandra Nayak

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

Sunil Chandra Nayak

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

Leave a Comment

error: Content is protected !!