ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା: ହମିରପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଫୁଲିତ୍ ଭେଙ୍ଗ୍ରା ସଭାପତିତ୍ବ କରିଥିଲେ। ବିଶ୍ରା ଏବିଇଓ ସତ୍ୟଭାମା ବେହେରା ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ସୋନା ପର୍ବତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁପ୍ରଭାତ କୁମାର ବେହେରା, ହମିରପୁର ଉନ୍ନୟନ ପରିଷଦ ର ସଭାପତି ଡ଼ଃ ସୁମନ ଦତ୍ତ,ଆରଇସି କ୍ଲଷ୍ଟର ର ସିଆରସିସି ସିପ୍ରା ସାହୁ, ହମିରପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁନିତା ବେହୁରା, ସମାଜସେବୀ କମ୍ୟୁନିଷ୍ଟ ଗୈାଡ, ମନୋଜ କୁମାର ମିଶ୍ର ଓ ସ୍କୁଲ ପରିଚାଳନା ସମିତିର ଅଧ୍ୟକ୍ଷ ବସନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ସାମଲ ମଞ୍ଚ ସଂଯୋଜନା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କୁ ଆୟତ କରିବା ପାଇଁ ପରିଶ୍ରମ,ଖେଳକୁଦ ଓ ଅନ୍ୟାନ୍ୟ ବୈ।ଦ୍ଧିକତା କାର୍ଯ୍ୟକ୍ରମର ଲିପ୍ତ ରହିବା ସହ ପରିବେଶ ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେବା ଓ ପିତାମାତାଙ୍କ ସହ ଗୁରୁଜନଙ୍କୁ ସମ୍ମାନ ଲଘୁଜନଙ୍କୁ ସ୍ନେହ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜିତା ପ୍ରଧାନ, ସ୍ବର୍ଣ୍ଣ ଲତା ମହାନ୍ତି, ହାଇସ୍କୁଲର ସର୍ବଶ୍ରୀ ଲମ୍ବୋଦର ମହାଳିକ, ଦୈତାରୀ ଠାକୁର,ଅମିତା ଦାସ,ଅନୂସୟା ଶତପଥୀ, ମୀନତି ମହାପାତ୍ର, ପ୍ରଫୁଲ୍ଲ ପ୍ରଧାନ, ସୁନିତା ନାୟକ,ସୁକେଶିନୀ କିରୋ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତ ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରେ କାର୍ଯ୍ୟକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ (Marine Spatial Plan ବା MSP)

Sunil Chandra Nayak

ଧର୍ମଗଡ ରେ ସମ୍ବିଧାନ ଦିବସ ପାଳିତ 

masiha

ଉତ୍କଳ ସାମ୍ବାଦିକ ମୟୂରଭଞ୍ଜ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ; ସ୍ୱାସ୍ଥ୍ୟବୀମା ରାଶିକୁ ୧୦ଲକ୍ଷ ଟଙ୍କା ବୃଦ୍ଧି କରାଯାଉ ଓ ୧୫ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!