ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି: ଶ୍ରୀ ତ୍ରିପାଠୀ 

ରାଉରକେଲା: ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି। ତେଣୁ ରାଉରକେଲା ର ବିଭିନ୍ନ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମତ ରଖିଥିଲେ। ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ସଚେତନ ନାଗରିକ ମଞ୍ଚ ଆୟୋଜିତ ୧୧ତମ ବାର୍ଷିକୋତ୍ସବରେ ଆଲୋଚ୍ୟ ବିଷୟ ବିକଶିତ ଓଡ଼ିଶାରେ ରାଉରକେଲା ର ଭୂମିକା ସମ୍ପର୍କରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀ ଉପରୋକ୍ତ ମନ୍ତବ୍ୟ ସହ କହିଲେ ଯେ ରାଜ୍ୟର ସାମୁହିକ ବିକାଶ ଯଦି ଜନସାଧାରଣ ଙ୍କ ପାଖରେ ପହଞ୍ଚି ନପାରିଲା ଓ ପ୍ରତ୍ୟେକ ଅଞ୍ଚଳର ବିକାଶ କୁ ଅଣଦେଖା କଲେ ଆଞ୍ଚଳିକ ବୈଷମ୍ୟ ତଥା ଅସମତା ଦେଖାଦେବ। ସେହିପରି ଜିଲ୍ଲାର ତଥା ରାଉରକେଲା ର ବିକାଶ ପାଇଁ ରାଉରକେଲାରେ ରେଲୱେ ଡିଭିଜନ,ବିମଳାଗଡ ତାଳଚେର ରେଳପଥ, ମେଡିକାଲ କଲେଜ, ବିମାନ ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ, ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା,ଆଇଟି ହବ୍ ଆଦି ପ୍ରତିଷ୍ଠା ହେବା ଦରକାର। ମାଟି ଆମର ମାଟି ତଳ ଜିନିଷ କେନ୍ଦ୍ର ସରକାରର। ତେଣୁ ଏଠାରେ ବିକାଶ କିପରି ହେବ ? ଏଠାକାର ସମ୍ପଦ ଏଠିକାର ଲୋକଙ୍କ ବିକାଶରେ ଲାଗିବା ଦରକାର। ଏଥିପାଇଁ କେନ୍ଦ୍ରସରକାରଙ୍କ ଦୃଷ୍ଟିଭଙ୍ଗୀ ବଦଳିବା ଦରକାର। ଦେଶର ବିକାଶରେ ଆଞ୍ଚଳିକ ବୈଷମ୍ୟତା ହିଁ ଅନ୍ତରାୟ ସୃଷ୍ଟି କରେ ବୋଲି ମତ ରଖିବା ଓ ରାଉରକେଲା ବିମାନବନ୍ଦରର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ମଞ୍ଚର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ସ୍ବାଗତ ଭାଷଣ ରଖିବା ସହ ରାଜ୍ୟ ଭୁବନେଶ୍ବର, କଟକ ଆଦି ଅଞ୍ଚଳରେ ବିକାଶ ଯେପରି କରୁଛି, ରାଉରକେଲା ବା ପଶ୍ଚିମ ଓଡିଶାର ସେପରି ବିକାଶ ହେଉନଥିବାରୁ ଆଞ୍ଚଳିକ ବୈଷମ୍ୟତା ବଢୁଛି। ଏହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ ବୋଲି ମତ ରଖିଥିଲେ। ସାଧାରଣ ସମ୍ପାଦକ ପି ପି ରାୟ ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଲକ୍ଷ୍ୟ, ଆଭିମୁଖ୍ୟ ଓ ସଂକଳ୍ପ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରାଉରକେଲା, ରାଜଗାଙ୍ଗପୁର ଓ ବିରମିତ୍ରପୁର କୁ ନେଇ ଗ୍ରେଟର ରାଉରକେଲା କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପଶ୍ଚିମ ଓଡିଶାର ବିକାଶ ନହେଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ ତଥା ଆଧୁନିକ ଓଡ଼ିଶା ର ଗଠନରେ ମହତାବ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। କୁଚିଣ୍ଡା ରୁ ଆସିଥିବା ସମାଜସେବୀ ଯୁଗଳ କିଶୋର ମହାକୁଡ଼ ରାଉରକେଲା ବିମାନବନ୍ଦର, ଆବାସିକ ଆଦିବାସୀ ମହିଳାଙ୍କ ପାଇଁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓ ଏଠାରୁ ଆଦାୟ ହେଉଥିବା ଅର୍ଥ ପଶ୍ଚିମ ଓଡିଶାର ୧୨ଟି ଜିଲ୍ଲାରେ ଖର୍ଚ୍ଚ ନକରି କେବଳ ଅନ୍ୟ ସ୍ଥାନରେ ଖର୍ଚ୍ଚ ହେଉଥିବାରୁ ସେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହି ଅବସରରେ ସମାଜର ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଗୋପବନ୍ଧୁ ବଳ, ଡାକ୍ତର ଉତ୍ତମ ଚରଣ ଜେନା, ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଡ଼ଃ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ମାନପତ୍ର ଗୁଡିକ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ମଞ୍ଚର ମୁଖପାତ୍ର କୁଞ୍ଜବିହାରୀ ରାଉତ ସଞ୍ଚାଳନ କରିଥିବା ବେଳେ ଶେଷରେ କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ତାଙ୍କ ସାଥୀ ତପସ୍ୱିନୀ,ରୀତୁ, ମମତା, ପଦ୍ମା, ମୀନତି, ମଞ୍ଜୁ, ଗଜେନ୍ଦ୍ର ଓ ଅଜିତ୍ ପ୍ରମୁଖ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସର୍ବଶ୍ରୀ ଜଟାଧାରୀ ମାଝୀ, ଡା ବସନ୍ତ କୁମାର ଦାସ,ଉପେନ୍ଦ୍ର କୁମାର ନାୟକ, ସୁବ୍ରତ ମଲ୍ଲିକ, ରଜନୀକାନ୍ତ ସ୍ବାଇଁ, ଅକ୍ଷୟ କୁମାର ଦାସ, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, ବିଷ୍ଣୁ ଚରଣ ସାମଲ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

Sunil Chandra Nayak

ଆସିକା ବିଧାୟକଙ୍କ ଏକ ବଡ ସ୍ବଗତ ଯୋଗ୍ୟ କାଯ୍ୟ ଆସିକାରେ ଖୋଲିବ ଆରଟିଓ କ୍ୟାମ୍ପ

Sunil Chandra Nayak

ସ୍ବାମୀ ଥିଲା ବେଳେ ଗୁହାରି କରିଥିଲେ, ଏବେ ସ୍ବାମୀ ଆରପାରି ରେ ! ହେଲେ ବି ମିଳୁନି ଆବାସ ଘର ?  

Sunil Chandra Nayak

Leave a Comment

error: Content is protected !!