ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ରୁପ୍ରା, ୧୦/୨ (ଅଜୟ ସେନାପତି ) : ନର୍ଲା ବ୍ଲକ ରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ରୁପ୍ରା ପିଏଚସି ସମେତ ସମସ୍ତ ଗ୍ରାମ ପଞ୍ଚାୟତରେ ସୋମବାର ଠାରୁ ଶୁଭାରମ୍ଭ ହୋଇଯାଇଛି। ନର୍ଲାଠାରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ ଅକ୍ଷୟ ଗୋଛାୟତଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ରୁପ୍ରା ପିଏଚସିରେ ଆୟୁଷ ଡାକ୍ତର ଦୁର୍ଯ୍ୟୋଧନ ପ୍ରଧାନଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଛି। ଏଥିପାଇଁ ନର୍ଲାବ୍ଲକ୍ ରେ ୧୭୬ଟି ଦଳରେ ୩୫୨ଜଣ ଔଷଧ ସେବନକାରୀ ନିଯୁକ୍ତି ହୋଇଥିବା ବେଳେ ତଦାରଖ କରିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର VBDTS ଦେବାଶିଷ ଭୋଇ, ବିପିଏମ୍ ସବୀର ପଧାନ, ପିଏଚ୍ଇଓ ବିମଳ ଦୀପ ଦାୟିତ୍ବ ନିର୍ବାହ କରୁଛନ୍ତି। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ ନିହାରେନ୍ଦ୍ର ପଣ୍ଡା, VBD consultant ସନ୍ତୋଷ ବାଗ ପ୍ରମୁଖ ପରିଦର୍ଶନ କରି ଫାଇଲେରିଆ ନିରାକରଣ ବାବଦରେ ସମ୍ୟକ ଧାରଣା ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ୍ ଅତିଥି ଭାବରେ ଯୋଗଦାନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଅଙ୍ଗନୱାଡି କର୍ମୀ ଓ ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ। ସେହିପରି ରୁପ୍ରା ଠାରେ ଅନୁଷ୍ଠିତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ରୁପ୍ରା ସରପଞ୍ଚ ଡଲି ବେହେରା, ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। 

( ମ ନି ସ ) 

Related posts

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ବ୍ରହ୍ମପୁର ମହାନଗର ନିଗମରେ ନୂତନ ଖାଉଟି କାର୍ଡ ବଣ୍ଟନର ଶୁଭାରମ୍ଭ 

Sunil Chandra Nayak

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ଓଡ଼ିଆ ଜାତିର ବାହୁବଳୀ: ପିଣ୍ଡିକି ବାହୁବଳେନ୍ଦ୍ର ଆଲୋଚନାଚକ୍ର 

Leave a Comment

error: Content is protected !!