ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ତହସିଲ ପକ୍ଷରୁ ବାବା ପୂର୍ଣେଶ୍ଵର ମନ୍ଦିର ପରିବେଶ ସଫେଇ କାର୍ଯ୍ୟକ୍ରମ 

 ରାଇରଙ୍ଗପୁର ତହସିଲ ପକ୍ଷରୁ ବାବା ପୂର୍ଣେଶ୍ଵର ମନ୍ଦିର ପରିବେଶ ସଫେଇ କାର୍ଯ୍ୟକ୍ରମ 

 ମୟୂରଭଞ୍ଜ – ୭/୦୫ // ରାଇରଙ୍ଗପୁର ତହସିଲ ପକ୍ଷରୁ ଦକ୍ଷ ପ୍ରଶାସକ ତହସିଲଦାର ବିଶ୍ବନାଥ ବିଶ୍ବାଳ ଏବଂ ତାଙ୍କ ଟିମ୍ ଦ୍ଵାରା ବହୁ ଵିଧ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।ନିକଟରେ ପ୍ରବଳ ଗ୍ରୀଷ୍ମପ୍ରବାହରେ ସରକାରୀ, ବେସରକାରୀ , ଜନଶୁଣାଣୀକୁ ଆସୁଥିବା ଅଭିଯୋଗକାରୀ ମାନଙ୍କୁ ୩ ଥର ଦହି ସରବତ,ପୁଦିନା ସରବତ ବେଲ ପଣା ବଣ୍ଟନ କରାଯାଇଛି । ଠାକୁରାଣୀଵେଡା ଗ୍ରାମସ୍ଥ ରାଜସ୍ଵ ଦେବୋତ୍ତର ଜମିରେ ବହୁ ବୃକ୍ଷ ଲଗାଯାଇ ସବୁଜିମା କରାଯାଇଛି । ରାଇରଙ୍ଗପୁର କୁଚେଇବୁଢି ଗ୍ରାମସ୍ଥ ବହୁ ପୁରାତନ ଶୈବପୀଠ ଶ୍ରୀ ଶ୍ରୀ ବାବା ପୂର୍ଣେଶ୍ଵର ମନ୍ଦିର ପାଚେରୀ ବାହାରେ ସୁନ୍ଦର‌ସୁନ୍ଦର ବୃକ୍ଷ ଲଗାଇବା ସହ ମନ୍ଦିର ପରିସରରେ ଏକ ମିନି ସବୁଜ ଫୁଲ ବଗିଚା କରାଯାଇଥିବା ସହ ମନ୍ଦିର ଭିତର ପାର୍ଶ୍ଵରେ ସୁନ୍ଦର‌ସୁନ୍ଦର ଆକର୍ଷଣୀୟ ଫୁଲଗଛ ଏବଂ କ୍ରୋଟନ ଗଛ ଲଗାଇ ମନ୍ଦିର ପରିବେଶକୁ ସଵୁଜିମା ମନୋଲୋଭା କରାଯାଇଛି ।ଦେବାଳୟରେ ପରିବେଶ ଦ୍ଵିଗୁଣିତ କରିଛନ୍ତି ।ତଦସହ ମିନିପାର୍କ ଏବଂ ମନ୍ଦିର ଭିତରେ ଥିବା ଅନାବନା ଗଛ,ପତ୍ର,ଜରି ସବୁ ନିଜେ ତହସିଲଦାର ବିଶ୍ଵନାଥ ବିଶ୍ଵାଳ ଏବଂ ତାଙ୍କ କର୍ମଚାରୀ ନିଜ ହାତରେ ସଫେଇ କରିଛନ୍ତି । ଧାର୍ମିକ ବ୍ୟକ୍ତି ତହସିଲଦାର କୁହନ୍ତି ଖାଲି ଗଛ ଓ ଲତା ଲଗାଇଲେ ଲାଭ କିଛି ହେବ ନାହିଁ ।ତାହାକୁ ନିଜ ଗଛ ଓ ନିଜ ଘର ଭାବି ସଫା କରିବା ସହ ସୁରକ୍ଷା ଓ ଯତ୍ନ ନେବା ଉଚିତ । ତାଙ୍କର ଏହି ଅଭିନବ ନିଆରା ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଛନ୍ତି । ତହସିଲଦାରଙ୍କ ସହ ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର କୁମାର ପାତ୍ର,ଆର ଆଇ ଇଂ ରଞ୍ଜନ ମହାନ୍ତ,ଆର ଆଇ ସୁନାରାମ ମାଝୀ,ଆର ଆଇ ନମିତା ସେଠୀ,ଆର ଆଇ ସ୍ମିତା ମହାକୁଡ଼,ସମସ୍ତ ଏ ଆର ଆଇ, ଲିପୁନ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମହତ ଭୂମିକା ନିଭାଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଶ୍ବ ଶ୍ରମିକ ଦିବସରେ ଜନମଙ୍ଗଳର ନିଆରା ପ୍ରୟାସ: ଶ୍ରମିକ ପରିବାର ମୁହଁରେ ଫୁଟାଇଲେ ହସ

ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

masiha

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Leave a Comment

error: Content is protected !!