ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

3 ମାସର STT(short term training ) ପ୍ରୋଗ୍ରାମ ର ଉଦଘାଟନ

Skill Council for Mining Sector ଏବଂ DMF କଳାହାଣ୍ଡି ର ମିଳିତ ଉଦ୍ୟମ ରେ 3 ମାସର STT(short term training ) ପ୍ରୋଗ୍ରାମ ର ଉଦଘାଟନ ଥୁଆମୂଳ ରାମପୁର ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ।ଏହି ଟ୍ରେନିଙ୍ଗ ପ୍ରୋଗ୍ରାମ 4 ଟି ବିଭାଗ ଯଥା mining welder, HEMM mechanic, DUPMER /TIPPER ଏବଂ excavator ଅପରେଟର ରେ ଦିଆ ଯାଉଛି। ଏହି mining ଟ୍ରେନିଙ୍ଗ ପ୍ରୋଗ୍ରାମ କଳାହାଣ୍ଡି ଜିଲ୍ଲାର ପ୍ରଥମ କରି ଆରମ୍ଭ ହୋଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ଶତପ୍ରତିଶତ ପିଲାମାନଙ୍କୁ ବିଭିନ୍ନ mining ସମ୍ପର୍କିତ job ଯୋଗାଇଦେବା । ଜିଲ୍ଲା ପ୍ରଶାସନ ତରଫରୁ ଏଠାରେ ରହିବା, ଖାଇବା, ଟ୍ରେନିଙ୍ଗ ନେବା ସମ୍ପୂର୍ଣ ମାଗଣା କରାଯାଇଛି । ଏହା କେବଳ ଜିଲ୍ଲାପାଳ ଙ୍କ ର ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇପାରିଛି।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବଚରଣ ମୁଦୁଲି ବିଡ଼ିଓ, ଥୁଆମୂଳ ରାମପୁର, ପ୍ରଶାନ୍ତ ମିଶ୍ର (DMF Team Leader କଳାହାଣ୍ଡି ), ଅଜିତ କୁମାର ଉତ୍ତରାୟ (DSDEO, କଳାହାଣ୍ଡି ), ରାହୁଲ ନାୟକ (national skill head) ପ୍ରମୂଖ ଯୋଗଦେଇଥିଲେ। 

( ମ ନି ସ ) 

Related posts

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

Sunil Chandra Nayak

ବାହ୍ୟ ଜଗତରୁ ବିଛିନ୍ନ ଗୋପିସାହି ରେ କୋଇଡା ପ୍ରେସ କ୍ଲବ ଓ କୋଇଡା ପ୍ରଶାସନ ର ମିଳିତ ପ୍ରୟାସ ରେ ବଣ୍ଟନ ହେଲା ରିଲିଫ ସାମଗ୍ରୀ 

Sunil Chandra Nayak

କନ୍ଧମାଳ: ଯୁବ ନେତୃତ୍ବ ଏବଂ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!