ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

ମୟୂରଭଞ୍ଜ – ୧୦/୦୨ //ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡ଼ଡାଳିମା ଠାରେ ଥିବା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମାର୍ଦ୍ଧ ରେ ଅତିଥିଗଣ ଜଗନ୍ନାଥଙ୍କୁ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ବାସୁଦେବ ମହାପାତ୍ର , ମୁଖ୍ୟ ଅତିଥି ଭାବେ ତିରିଙ୍ଗ ବ୍ଲକର ଏବିଓ ହେମନ୍ତ କୁମାର ମହାନ୍ତି ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କବି ଅଶୋକ ଚକ୍ର ସାହୁ , ସମ୍ମାନୀତ ଅତିଥି ସାମ୍ବାଦିକ ସୁବ୍ରତ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ବଳଦେବ ହେମ୍ବ୍ରମ , ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ପୂର୍ତ୍ତି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ କୁମାର କର , ସମାଜସେବୀ ନିରଞ୍ଜନ ମହାପାତ୍ର , ଚନ୍ଦ୍ରଶେଖର ମଣ୍ଡଳ ଯୋଗ ଦେଇଥିବା ବେଳେ ଦିତୀୟାର୍ଦ୍ଧରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ସମ୍ମାନିତ ଅତିଥି ଭାବେ ଏବିଓ ଶୁଭେନ୍ଦୁ ତ୍ରିପାଠି ଓଷ୍ଟା ବାମନଘାଟି ପଞ୍ଚପିଢ଼ ସଭାପତି ଦୁର୍ଯୋଧନ ବେହେରା , ସହ ସଂପାଦକ ଓଷ୍ଟା ରାଧାକାନ୍ତ ମହାରଣା , ଓଷ୍ଟା ତିରିଙ୍ଗ ବ୍ଲକ ସଂପାଦକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ ଓ ସଙ୍ଗୀତରେ ବିଚାରପତି ଭାବେ ଦୁଇ ଶିକ୍ଷୟିତ୍ରୀ ମମତା ନାଏକ , ଚଂପାମଣି ସୋରେନ୍ ମୂଲ୍ୟାଙ୍କନ କରିଥିଲେ । ପରେ , ପରେ ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଛୋଟ ସୋରେନ୍ ଚିରାଚରିତ ଢଙ୍ଗରେ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶେଷ ଭାବରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Sunil Chandra Nayak

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

masiha

କେନ୍ଦୁପତ୍ର ତୋଳାଳୀଙ୍କ ବ୍ଲକ ସ୍ତରୀୟ ଗ୍ରାମସଭା ମହାସଙ୍ଘ ବୈଠକ ଗୋତୋମୁଣ୍ଡା ଠାରେ ଅନୁଷ୍ଠିତ

Leave a Comment

error: Content is protected !!