ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେଡି ତରଫରୁ ସ୍ବର୍ଗତ ରଘୁନାଥ ମହାନ୍ତି (ଝୀନ)ଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଗଭୀର ଶ୍ରଦ୍ଧାଞ୍ଜଳି 

ରାଇରଙ୍ଗପୁରରେ ବିଜେଡି ତରଫରୁ ସ୍ବର୍ଗତ ରଘୁନାଥ ମହାନ୍ତି (ଝୀନ)ଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଗଭୀର ଶ୍ରଦ୍ଧାଞ୍ଜଳି 

 ମୟୂରଭଞ୍ଜ -୧୧/୦୨ //  ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ିର ଭୀଷ୍ମ ପିତାମହ ସ୍ଵର୍ଗତ ରଘୁନାଥ ମହାନ୍ତି ( ଝୀନ ଭାଇ)ଙ୍କ ନବମ ଶ୍ରାଦ୍ଧ ଦିବସ ସ୍ଥାନୀୟ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ବିଜେଡି କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଓକିଲ ପଙ୍କଜ ଦାସଙ୍କ ପୌରହିତ୍ୟରେ ଦଳୀୟ କର୍ମୀ ଙ୍କ ଦ୍ଵାରା ପାଳିତ ହୋଇଯାଇଛି ।ପ୍ରଥମେ ଦଳୀୟ କର୍ମୀ ଝୀନ ମହାନ୍ତି ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦଳୀୟ କର୍ମୀ ବୃନ୍ଦ ବିଜେଡି ଲଙ୍ଗ ଲିଭ୍,ବିଜୁ ପଟ୍ଟନାୟକ ଅମର‌ ରହେ ,ନବୀନ ପଟ୍ଟନାୟକ ଜିନ୍ଦାବାଦ, ସ୍ବର୍ଗତ ଝୀନ ମହାନ୍ତି ଅମର‌ ରହେ ନାରା ଦେଇଥିଲେ ।ପରେ ସ୍ମୃତି ଚାରଣ ସଭାରେ ନେତୃବୃନ୍ଦ କହିଥିଲେ ଝୀନ ମହାନ୍ତି ଜନତା ଦଳରୁ ନିଜ ରାଜନୈତିକ କେରିୟାର ଶୁଭାରମ୍ଭ କରିଥିଲେ ।ସେ ଜଣେ ଆଜୀବନ ଅଣ କଂଗ୍ରେସ ଓ ଅଣ ବିଜେପି ନେତା ଥିଲେ । ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ କରିବାରେ ତାଙ୍କର ଭୂମିକା ଅନନ୍ୟ ଥିଲା । ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ିର ଦୁର୍ଦ୍ଦିନ ସମୟରେ ଖୁଣ୍ଟ ଭଳି ରହି ଦଳୀୟ କର୍ମୀଙ୍କୁ ସହାୟତା କରିବା ସହ ଦଳକୁ ତୃଣମୂଳ ସ୍ତରରୁ ସୁସଂଗଠିତ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଜେଡ଼ିର ଦୁଃଖର ଡଙ୍ଗାରେ ନାଉରୀ ହୋଇ ବିଜେଡିକୁ ପାର କରିଥିଲେ ।ବିଜେଡି ପ୍ରତି ତାଙ୍କର ଅବଦାନ କୌଣସି ବିଜେଡି କର୍ମୀ ଭୁଲି ପାରିବେ ନାହିଁ ।ସେ ଜଣେ ଦକ୍ଷ ରାଜନୈତିଜ୍ଞ,ସୁସଂଗଠକ, ପରୋପକାରୀ, ମିଷ୍ଟଭାଷୀ, ସମାଜସେବୀ,ଦରଦି ମଣିଷ ଥିଲେ ।ଅସମୟରେ ଖୁବ କମ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଭଳି ବିଜେଡ଼ିର ଜଣେ ବିଚକ୍ଷଣ ଦକ୍ଷ ଯୁବ ନେତା ଏପର୍ଯ୍ୟନ୍ତ ମୟୂରଭଞ୍ଜ ବିଜେଡି ଇତିହାସରେ ଉଭା ହୋଇ ପାରି ନାହାନ୍ତି ।ବିଜେଡ଼ିର ଅସମୟରେ ଓ ଦୁର୍ଦ୍ଦିନ ସମୟରେ ସେ ବିଜେଡିର ମଙ୍ଗ ଧରିବା ସହ ଖୁଣ୍ଟ ଭଳି ଛିଡା ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲାରେ ବିଜେପି, କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ ଚାଲୁଥିବା ବେଳେ ବିଜେଡିର ମଙ୍ଗୁଳି ହୋଇଥିଲେ ।ଯୁବ ହୋଇ ମଧ୍ୟ ସେ ଜଣେ ଅଭିଜ୍ଞ ରାଜନେତା ଭଳି କାମ କରି ଓଡ଼ିଶାର ବଡ଼ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାର ବିଜେଡିକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଅନେକ ।ଏକ ଭାବ ବିହ୍ୱଳ ପରିବେଶରେ ଦଳୀୟ କର୍ମୀବୃନ୍ଦ ଝୀନ ମହାନ୍ତି ଙ୍କ ଅଭୁଲା ସ୍ମୃତି କୁ ବଖାଣି ଥିଲେ ।ଏହି ଭବ୍ୟ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ବର୍ଷିଆନ ବିଜେଡି ନେତା ସ୍ବରୂପ ବେହେରା, ବରିଷ୍ଠ ଅଧିବକ୍ତା ପଙ୍କଜ ଦାସ,ରାଜା ମହାନ୍ତ,ଟନି ପଣ୍ଡା, ସୁକାନ୍ତ ବାରିକ,ସୁବ୍ରତ ଗିରି, ନିରଞ୍ଜନ ଗିରି,ଅରୁଣ ମହାନ୍ତି ମୋତିଲାଲ ମଣ୍ଡଳ,ପାର୍ଥ ସାରଥି ଷଡ଼ଙ୍ଗୀ,ସତ୍ୟ ପରିଛା,ସାଜିଦ ହୁସେନ, ଗୁରୁକୃଷ୍ଣ ବେହେରା, ରଞ୍ଜନ ମହାନ୍ତ,ଗୁଞ୍ଜନ ମହାନ୍ତ,ସୁମନ୍ତ ବାରିକ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

ତିରିଙ୍ଗ ରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ, ଯୋଗଦେଲେ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ସିନେତାରକା ଅନୁଭବ ମହାନ୍ତି ଓ ବିଜେପି ପ୍ରବ୍ୟକ୍ତା ପିତାମ୍ବର ଆଚାର୍ଯ୍

masiha

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

Leave a Comment

error: Content is protected !!