ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୁମୁରାର ତାଳେ ତାଳେ ଦୁଲୁକିଵ ମା ଲଙ୍କେଶ୍ୱରୀ ମଞ୍ଚ

ଘୁମୁରାର ତାଳେ ତାଳେ ଦୁଲୁକିଵ ମା ଲଙ୍କେଶ୍ୱରୀ ମଞ୍ଚ

ଜୁନାଗଡ଼ ମହୋତ୍ସବକୁ ନେଇ ଜନମାନସ ଉତ୍ସାହିତ

ଜୁନାଗଡ଼ ୧୨/୦୨(ମନିସ) ଐତିହାସିକ ସହର ଜୁନାଗଡ଼।କଳାହାଣ୍ଡି ଗଡଜାତ ଶାସନର ପୁର୍ବତନ ରାଜଧାନୀ ଜୁନାଗଡ଼, ହଜାରେ ବର୍ଷ ପୁରୁଣା ସହର।ମନ୍ଦିର ମାଳିନୀ ଏହି ସହରର ଅନେକ କିମ୍ବଦନ୍ତୀ ଐତିହାସିକ ଖୋରଙ୍କର ସମୃଦ୍ଧ ପେଣ୍ଠସ୍ଥଳୀ।ଏହି ସହରର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀଙ୍କ ମନ୍ଦିର ସହିତ ସହରରେ ଐତିହାସିକ ଦଧିବାମନ ମନ୍ଦିର, ପୋଡା ମହାଦେବ, ମା କନକଦୁର୍ଗା ,ସୋମେଶ୍ୱର ମହାଦେବ, ଠାକୁରାଣୀ ମନ୍ଦିର, ଭୈରଵ ପୀଠ, ଗାୟତ୍ରୀ ମନ୍ଦିର, ସାଇ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର ,ଶନି ମନ୍ଦିର,ଆଦି ଅନେକ ମନ୍ଦିର ରହିଛି।ଏହି ଐତିହାସିକ ସହରରେ ଏକଦା ଛଅ କୋଡ଼ି ବନ୍ଧ ଓ ନଅ କୋଡ଼ି ତୋଟା ରହିଥିବା ଜଣାଯାଏ ।ସହରର ପାଦଦେଶରେ କାହିଁ କେଉଁ ଆଦିମ କାଳରୁ ହାତୀନଦୀ କୁଳୁକୁଳୁ ହୋଇ ବହିଯାଉଛି।ମୁଣ୍ଡଦେଶରେ ପ୍ରକୃତିର ପ୍ରାଚୁର୍ଯ୍ୟ ପରିଆ, ଘନା, ଗର୍ଜନ ପାହାଡ଼ ସହିତ ଅନତି ଦୂରରେ ପର୍ଯ୍ୟଟନ ସ୍ଥଳୀ ଭତ୍ରାଡେମ ବେଶ ଆକର୍ଷଣୀୟ ।ଏହି ସହରର ହାଇସ୍କୁଲ ଖେଳ ପଡ଼ିଆରେ ଚଳିତ ୧୪,୧୫,୧୬ ଫେବୃଆରୀରେ ଜୁନାଗଡ଼ ମହୋତ୍ସବ ଆୟୋଜନ କରାଯାଇଛି।ଏହି ଉତ୍ସବରେ ସ୍ଥାନୀୟ ଲୋକକଳା ଘୁମୁରା, ବଜାସାଲ, ବନାବାଡି, ଢାପ, ଘୁଡୁକା, ସହିତ ରାଜ୍ୟ ତଥା ବାହାର ରାଜ୍ୟର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତା, ପାଥୋତ୍ସଵ,କ୍ରିକେଟ, ଫୁଟବଲ ମ୍ୟାଚ ହେବ।ହାଇସ୍କୁଲ ଖେଳାପଡ଼ିଆର ମା ଲଙ୍କେଶ୍ୱରୀ ମଞ୍ଚ ନିର୍ମାଣ ସହ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣରେ ଲାଗି ପଡିଛନ୍ତି ଆୟୋଜନ କମିଟି।ଜୁନାଗଡ଼ ମହୋତ୍ସବ ୨୦୨୫ କୁ ନେଇ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳୁଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ

Sunil Chandra Nayak

‘ସ୍ମୃତି ସାନ୍ତ୍ଵନା ପତ୍ରିକା’ର ସାରସ୍ଵତ ସମାରୋହ ଓ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ସଭା

Sunil Chandra Nayak

ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!