ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟିଆଇ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଇଟିଆଇ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତୀଥି ଭାବରେ ଧର୍ମଗଡ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ସାମ୍ବାଦିକ ଅଂଶୁମାନ ପାତ୍ର, ଶିକ୍ଷକ ପ୍ରଶିକ୍ଷୀକା ନିହାରିକା ଦେବୀ, ସ୍ଥାନୀୟ ହାଇସ୍କୁଲ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ପ୍ରକାଶ କରିବାର ଦିନ ହେଉଛି ସ୍କୁଲ ଓ କଲେଜ ର ବାର୍ଷିକ ଉତ୍ସବ। କାରଣ ଏହି ଉତ୍ସବରେ ହିଁ ସେମାନେ ନାଚ, ଗୀତ, ଉପସ୍ଥାପନା ଏବଂ ବିଭିନ୍ନ ପ୍ରକାରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରତିଭାକୁ ପରିପ୍ରକାଶ କରିଥାନ୍ତି ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ପ୍ରଶିକ୍ଷୀକା ଅଞ୍ଜୁଶ୍ରୀ ମିଶ୍ର ଏବଂ ଶିକ୍ଷକ ପ୍ରଶିକ୍ଷକ ଆଦିତ୍ୟ ନାରାୟଣ ପାତ୍ର ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଦୁଇବର୍ଷ ପୂର୍ବେ ଆନ୍ଦ୍ର ସୀମାନ୍ତ ରେବତୀଗୁଡା ଗାଁକୁ ଯାଇ ପ୍ରତିଶୃତି ଦେଇ ଥିଲେ, ବିଧାୟକ ହବାପରେ କରିଦେଖାଇଲେ 

masiha

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ  ତ୍ୟାଗ, ନିଷ୍ଠା ଓ ଜନସେବାର ଆଦର୍ଶକୁ ସ୍ମରଣ କଲେ ଉପସ୍ଥିତ ବ୍ୟକ୍ତିବିଶେଷ 

Sunil Chandra Nayak

“ନର ସଂହାର କି ବିଶୂ ଶାନ୍ତି ର ଆବଶ୍ୟକତା “

Sunil Chandra Nayak

Leave a Comment

error: Content is protected !!