ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

ଅବ୍ୟବସ୍ଥାରେ ରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନାବନା ଗଛ ଘାସ ପାଣି ଘେରରେ ରହିଛି I ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ I ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠପଢ଼ା Iଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି I ସ୍କୁଲ ପରିସରେ ଗ୍ରାମରେ ସାମାନ୍ୟ ବର୍ଷା ହେଲେ ବସ୍ତିଠାରୁ ଆସିଥିବା ଡ୍ରେନ୍‌ ପାଣି ସମେତ ଓ ନିକଟସ୍ଥ କ୍ଷେତର ପାଣି ସ୍କୁଲ ସମ୍ମୁଖରେ ଜମି ରହୁଛି I ମାସ ମାସ ଧରି ଦୂଷିତ ପାଣି ଜମି ରହିବା ଯୋଗୁ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି I ଅନ୍ୟପଟେ ଛାତ୍ରୀଛାତ୍ରଙ୍କ ପାଇଁ ପାଇଖାନା ବ୍ୟବସ୍ଥା ରହିଥିଲେ ହେଁ ଅନାବନା ଗଛ ଘାସ ଯୋଗୁ ବ୍ୟବହାର ହୋଇପାରୁ ନାହିଁ I ଫଳରେ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ସାମ୍ନାରେ ଖେଳପଡିଆ ଅନାବନା ଘାସଲଟା ରେ ଭରି ହୋଇଥିବା ବେଳେ ସାପ ଭୟରେ ମଧ୍ୟ ଖେଳିବାକୁ ଭୟ କରୁଛନ୍ତି I ପରେ ଛାତ୍ର ଛାତ୍ରୀ ପଢିବାକୁ ଆସୁଥିବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏ ନେଇ ସ୍କୁଲର କମିଟି ସଦସ୍ୟ ଏବଂ ରମେଶ ସାହୁ, ତ୍ରିନାଥ ସୁନା, ସୁଭାଷ ଭୋଇ, ପ୍ରେମାନନ୍ଦ ମାଝୀ, ହରେ କୃଷ୍ଣ ଭୋଇ, ସ୍କୁଲ ପ୍ରଧାନ ଶିକ୍ଷକ ବୁଟା ସିଂ ଭୋଇ ସମେତ ପ୍ରମୁଖ ଗ୍ରାମ ବାସୀଙ୍କୁ ପଚାରିବାରୁ ଗତ ବର୍ଷଠାରୁ ଏହି ସମସ୍ୟା ସମ୍ପର୍କରେ ଗ୍ରାମର ଗ୍ରାମ୍ୟ ଉନ୍ନୟନ ସମିତି, ସରପଞ୍ଚ, ବ୍ଲକ ଅଧ୍ୟକ୍ଷା, ବିଡ଼ିଓଙ୍କୁ ଜଣେଇଥିବା ସତ୍ତ୍ୱେ କୌଣସି ସମାଧାନ ହୋଇ ପାରି ନ ଥିବା କହିଛନ୍ତି I ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୈଶଲ୍ଯା ରଣାଙ୍କୁ ପଚରାଯିବାରୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି I

Related posts

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

Sunil Chandra Nayak

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଯୋଗ,ବ୍ୟାୟାମ ଶାରିରୀକ ଓ ମାନସିକ ସୁସ୍ଥତାର ଚାବିକାଠି

Sunil Chandra Nayak

Leave a Comment

error: Content is protected !!