ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରୀଣ୍ଡୋଲଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ

ଗୋଳାମୁଣ୍ଡା/ମସିହା/୨୪/୪/ ପୂର୍ବ କାଳରେ ଋଷିମୁନିମାନଙ୍କ ଦ୍ଵାରା ବିଶ୍ବ ର କଲ୍ୟାଣ ପାଇଁ ବିଭିନ୍ନ ସ୍ଥାନରେ ଯଜ୍ଞ ମାନ କରୁଥିଲେ ଓ ଜଜ୍ଞ କରିବା ଦ୍ୱାରା ଜନସାଧାରଣ ଙ୍କ ଓ ଜୀଵ ଜନ୍ତୁ ଙ୍କ କଲ୍ୟାଣ ହୋଉଥିଲା ।ଠିକ ସେଭଳି ଅଖିଳ ବିଶ୍ଵ ଗାଯାତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ପକ୍ଷରୁ ମାଁହଂସବାହିନୀ ଗାୟତ୍ରୀ ଙ୍କ ଯଜ୍ଞ ଅନେକ ସ୍ଥାନରେ ହେଉଥିବା ବେଳେ ଆଜି ଆମେ ଦେଖିବାକୁ ପାଇଛୁ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଗ୍ରୀଣ୍ଡୋଲ ଗ୍ରାମରେ ।ଗତ ଶନିବାର ଦିନ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଯାତ୍ରା ହୋଇଥିଲା ବେଳେ ରବିବାର ଦିନ ପଞ୍ଚକୁଣ୍ଡିୟ ଆହୁତି ଜଜ୍ଞ ହେବା ସହିତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଯଜ୍ଞ ସଞ୍ଚାଳନ ପାଇଁ ଋଷିପୁତ୍ରରୁ ଟୋଲି ନାୟକ ଭାବେ ସିନାପାଲିରୁ ଆସିଥିବା ପୂର୍ଣ୍ଣ ଚନ୍ଦ୍ର ମେହେର,ତ୍ରିନାଥ ମେହେର, କେଶବ ମେହେର ଓ ତରୁଣୀ ମେହେର, ପରିଚାଳନା କରିଥିଲେ ଏବଂ ହାତିବନ୍ଧା ଶକ୍ତିପିଠରୁ ଶୈଲେଶ ଅଗ୍ରୱାଲ, ସୁବାଷ ଚନ୍ଦ୍ର ଅଗ୍ରୱାଲ,ଯଦୁବଲ ନାଇକ,ସିମାଞ୍ଚଲ ଭାଟି ପ୍ରମୁଖ ପରିଚାଳନା କରିଥିଲେ,ଏହି ମହାଯଜ୍ଞ ରେ ଶହ ଶହ ମହିଳା ଓ ପୁରୁଷ ଲୋକେ କୁଣ୍ଡରେ ଆହୁତ ପ୍ରଦାନ କରିଥିଲେ । ମାଁ ଗାୟତ୍ରୀ ଙ୍କ ଚାଳିଶା ପାଠ ସହିତ ଯୁଗ ନିର୍ମାଣ ପୁସ୍ତକ ବଣ୍ଟନ ମଧ୍ୟ ହୋଇଥିଲା ଏବଂ ଗ୍ରୀଣ୍ଡୋଲ ଗ୍ରାମର ଲକ୍ଷ୍ମୀ ବାଇ ମହିଲାମଣ୍ଡଳ ଓ ଗ୍ରୀଣ୍ଡୋଲ ଗାୟତ୍ରୀ ଯଜ୍ଞ ପରିଚାଳନା କମିଟିର ସଦସ୍ୟ ମାନେ ବହୁଳ ଭାବେ କାର୍ଯ୍ୟରେ ସହଯୋଗ କରିବା ସହିତ ଭଗବତୀ ଭୋଜନାଳୟରୁ ପ୍ରସାଦ ବିତରଣ କରଯାଇଥିଲା ଏବଂ ଆଜି ରବିବାର ଦିନ ପୂର୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

Sunil Chandra Nayak

ବାଲେଶ୍ବର – ଶିକ୍ଷା ପାଇଁ ଗରିବୀ କେବେ ପ୍ରତିବନ୍ଧକ ନୁହେଁ, କହିଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!