ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପସା ମହୋତ୍ସବ ଉଦଘାଟିତ

ରୂପସା ମହୋତ୍ସବ ଉଦଘାଟିତ

ବସ୍ତା,12/02: ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରୂପସା ସ୍ଥିତ ପୋଡ଼ାଡିହା ମହୋତ୍ସବ ପଡ଼ିଆରେ ଷ୍ଟାର କ୍ଲବ ଆନୁକୂଲ୍ଯରେ 14 ତମ ରୂପସା ମହୋତ୍ସବ ଉଦଘାଟନ ହୋଇଯାଇଛି l ଉଦଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମହୋତ୍ସବ କମିଟିର ବରିଷ୍ଠ ଉପଦେଷ୍ଟା ଜଗଦୀଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ନୀଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ବେହେରା ମହୋତ୍ସବକୁ ଉଦଘାଟନ କରି ଜଗନ୍ନାଥ ସଂସ୍କୃତି ବିଷୟରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ପରିବେଶବିତ୍ ତଥା ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ସୁମନ୍ତ କୁମାର ଜେନା ଯୋଗ ଦେଇ ରୂପସା ମାଟି ହେଉଛି କଳା ସଂସ୍କୃତିର ମାଟି, ଯାହା ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖୁଛି ଏବଂ ଏ ମହୋତ୍ସବ ରୂପସାର କଳା ଶିକ୍ଷା , ସାହିତ୍ୟ ଓ ସଂସ୍କୃତିର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବ ବୋଲି କହିଥିଲେ | ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରକାଶ କିଶୋର ନାୟକ,ଅରିପ୍ଲାଷ୍ଟର ରିଜିଓନାଲ ମ୍ଯାନେଜର ରାମକୃର୍ଷ୍ଣ ପାଢୀ ଯୋଗ ଦେଇଥିଲେ ।ଷ୍ଟାର କ୍ଲବର ସଭାପତି ରବିନ୍ଦ୍ର ପଣ୍ତା ସମ୍ପାଦକ ଚନ୍ଦନ କୁମାର ଜେନା, କୋଷାଧ୍ଯକ୍ଷ ଦିପକ କୁମାର ସାମଲ, ଉପଦେଷ୍ଟା ପ୍ରଫୁଲ୍ଲ ସାମଲ ,ବିନୟକୁମାର ବେହେରା , ମାନସ ରଞ୍ଜନ ବେହେରା ଏବଂ ଷ୍ଟାର୍ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଅନ୍ୟତମ ଉପଦେଷ୍ଟା ଭିକାରୀ ଚରଣ ମିସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ |ମହୋତ୍ସବରେ ବିଭିନ୍ନ ପ୍ରକାରର ଷ୍ଟଲ ସାଙ୍ଗକୁ ଜଗନ୍ନାଥଙ୍କ ୩୨ବେଶ ଦର୍ଶକ ଶ୍ରଦ୍ଧାଳୁଙ୍କ ମନ ମୋହିତ କରିଥିଲା| ରୂପସା ଓ ବସ୍ତା ପୁଲିସ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ହୋଇଥିଲା । ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀଙ୍କ ସମେତ ରାଜ୍ଯ ସ୍ତରୀୟ କଳକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା | 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬ 

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ ଓ ନିର୍ବାଚନ ଅନୁଷ୍ଠିତ 

masiha

ଜରାଶ୍ରମରେ ପୁସ୍ତକ ଉନ୍ମୋଚନ ଓ ରଜମଉଜ ନାଟକ ଘୋଷଣା

masiha

Leave a Comment

error: Content is protected !!