ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣ ଦୁଷ୍କର୍ମ ଗାଁରେ ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ତାଙ୍କ ଟିମ୍

ଗଣ ଦୁଷ୍କର୍ମ ଗାଁରେ ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ତାଙ୍କ ଟିମ୍

  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ବିରିଗୁଡା ଗାଁ ରେ ଶନିବାର ଦିନ ରାତ୍ର ରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଓଡ଼ିଶା ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନେତୃତ୍ୱ ରେ ଆଜି ବିଜେଡ଼ି ର ଏକ ଫେକ୍ ଫାଣ୍ଡିଙ୍ଗ୍ ପ୍ରତିନିଧି ଦଳ ପୀଡିତା ଙ୍କ ଗାଁ ପରିଡ଼ିଗୁଡ଼ା ରେ ପହଂଚି ଏଭଳି ଅମାନବୀୟ ଜଘନ୍ୟ ଘଟଣା ଘଟିଲା ତାହା ପରଖିବା ପରେ ସରକାର ଙ୍କୁ ଘେରିଛନ୍ତି।ପୀଡିତା ଙ୍କ ପରିବାର କୁ ରାଜ୍ୟ ସରକାର କଣ କ୍ଷତି ପୂରଣ ଦେବେ କାହିଁକି ଆଜି ପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି, ପୀଡିତା ଙ୍କ ପରିବାର କୁ ସରକାର କଣ ସୁରକ୍ଷା ଦେଇଛନ୍ତି, ୪ ଜଣଙ୍କୁ ଜେଲ ପଠାଇ ଚୁପ ବସିଛି ପ୍ରଶାସନ,ଏଥିରେ ଆହୁରି ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି, ପୋଲିସ ଚାରି ଜଣଙ୍କୁ ଗିରଫ କରି ଚୁପ ବସିଛି,ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ସମୁର୍ଣ୍ଣ ଭାବେ ଭୁଶୁଡି ପଡିଛି, ମାନସିକ ଭାବେ ପରିବାର ସଦସ୍ୟ ଚିନ୍ତିତ, ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ, ଓଡିଶା ରେ ପ୍ରତ୍ୟକ ଦିନ ଆଦିବାସୀ ଝିଅ ନିର୍ଯ୍ୟାତିତ ହଉଛନ୍ତି, ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଓ ଗୃହ ବିଭାଗ ତାଙ୍କ ହାତରେ ଥାଇ କାହିଁକି ଏମିତି ଘଟଣା ହଉଛି, ସମ୍ପୂର୍ଣ ଭାବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରି ଛନ୍ତି। ବର୍ତ୍ତମାନ ସୁଧା ମୁଖ୍ୟମନ୍ତ୍ରୀ ଆଦିବାସୀ ଅନାଥ ଝିଅ ଙ୍କ ପ୍ରତି ଟିକିଏ ସମବେଦନା ମଧ୍ୟ ଜଣାଇ ନାହାନ୍ତି।ଶାନ୍ତି ପୁର୍ଣ୍ଣ ଅଞ୍ଚଳ ବର୍ତ୍ତମାନ ଅଶାନ୍ତ ହୋଇ ପଡିଛି ବୋଲି ମହିଳା ଟିମ ଗଣ ମାଧ୍ୟମ କୁ କହିଛନ୍ତି..ଏହି ଟିମ ରେ ବିଜେଡ଼ି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ରାୟଗଡା ଜିଲ୍ଲା ପରିଷଦ ଅଧ୍ୟ୍ୟକ୍ଷା ସରସ୍ବତୀ ମାଝୀ,ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି,କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା, କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡାଲ ପ୍ରମୁଖ ପିଡୀତାଙ୍କ ଗ୍ରାମ ପରିଦର୍ଶନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ

masiha

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

Sunil Chandra Nayak

ବଂଶଧାରା ନଦୀରେ ଛଡ଼ାଗଲା 7.5 ଲକ୍ଷ ମାଛ ଯାଆଁଳା 

masiha

Leave a Comment

error: Content is protected !!