ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧନଞ୍ଜୟଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି 

ଧନଞ୍ଜୟଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି 

ରାଉରକେଲା: ବିଶିଷ୍ଟ ଗାନ୍ଧୀବାଦୀ ସଂଗ୍ରାମୀ, ପ୍ରାକ୍ତନ ସାଂସଦ ତଥା ବିଧାୟକ, ଆଇନଜୀବୀ ସର୍ବୋପରି ଶ୍ରମିକନେତା ସ୍ବର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୪ ତମ ତିରୋଧାନ ଦିବସରେ ଧନଞ୍ଜୟ ମହାନ୍ତି ସ୍ମୃତି ଟ୍ରଷ୍ଟ ପକ୍ଷରୁ ସିଭିଲ ଟାଉନସିପ ସ୍ମୃତି ଉଦ୍ୟାନରେ ତାଙ୍କ ସ୍ମୃତି ଚାରଣ କରାଯାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ନରେନ୍ଦ୍ର ବଳଙ୍କ ସଂଯୋଜନାରେ ଅନୁଷ୍ଠାନର ସମ୍ପାଦିକା ପୁଷ୍ପା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ, ସମାଜସେବୀ ସୁନିଲ କାୟଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବରିଷ୍ଠ ଆଇନଜୀବୀ ସୁଦାମ ଚନ୍ଦ୍ର ଦାଶ, ରାଜନେତା ବିରେନ ସେନାପତି, ଗଗନ ପଣ୍ଡା, ଛବି ମହାନ୍ତି ପ୍ରମୁଖ ସ୍ବର୍ଗତ ମହାନ୍ତି ଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମ୍ୟାନେଜିଂଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ମହିଳା, ସାମାଜିକ ତଥା ସମାଜସେବୀ ମାନେ ଉପସ୍ଥିତ ଥିଲେ । ଟ୍ରଷ୍ଟ ର ସର୍ବଶ୍ରୀ ଚନ୍ଦ୍ରଶେଖର ପାଢ଼ୀ, ବାସୁଦେବ ବାନାର୍ଜୀ, କୀର୍ତ୍ତନ ଦାସ, ବିନୋଦ ରାଉତ,ବାନାମ୍ବର ମହାନ୍ତି,ୱଇ ହେମଲତା,ଭାରତୀ ବାହାରି,ପଙ୍କଜିନୀ, ପ୍ରମୋଦ ସାହୁ, ରାଜୀବ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

Sunil Chandra Nayak

ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ୧୨ ଫେବୃୟାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କରିବା ପାଇଁ ସି ଆଇ ଟି ୟୁ ର ସାଧାରଣ ସଭା

Sunil Chandra Nayak

ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

Sunil Chandra Nayak

Leave a Comment

error: Content is protected !!