ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ବ୍ଲକ ସ୍ତରୀୟ ନିପୁଣ ମେଳା

ଧରାକୋଟ ରେ ବ୍ଲକ ସ୍ତରୀୟ ନିପୁଣ ମେଳା

ଆସିକା ,୧୪/୨/୨୫ // ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଲିଙ୍ଗରାଜ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ,ମୁଖ୍ୟ ବକ୍ତା ଭାବେ ଓ ଏ ଭି ଅଧ୍ୟକ୍ଷ ରଜନୀ କାନ୍ତ ସାହୁ,ଅନ୍ୟତମ ଅତିଥି ଭାବେ ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି,ସମ୍ମାନିତ ଅତିଥି ଭାବରେ ଡାକ୍ତର ଶଙ୍କର ନାରାୟଣ ବେହେରା, ଡ଼ାଏଟ ଖଲିକୋଟ ର ବରିଷ୍ଠ ପ୍ରଶାସକ ବିଷ୍ଣୁ ନାରାୟଣ ଜେନା, ଏ ବି ଇ ଓ ତଥା ବି ଆର ସି ସି ସୌରୀ ଶଙ୍କର ବେହେରା, ଏ ବି ଇ ଓ ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ,ମିଳିତ ଶିକ୍ଷକ ସଂଘ ସଭାପତି ସୁକ୍ରୁ ବେହେରା, ଏନ ପି ଏସ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୌଡ଼, ଏସ ଏମ ସି ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ସି ଆର ସି ସି ଗୌରୀ ଶଙ୍କର ଶତପଥୀ ଓ ଶିକ୍ଷକ ସୁରେଶ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷଣ ଅଗ୍ରଗତି ପାଇଁ ନିରନ୍ତର ଚେଷ୍ଟା କରିବା ସହ ପିଲା ମାନଙ୍କୁ ପ୍ରତିପୋଷଣ ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ର ମୂଳଦୁଆ କୁ ସସସ୍ତ୍ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଶେଷରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯୋଗୀ ଭାଇ । କୃତିତ୍ୱ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସମସ୍ତ ସି ଆର ସି ସି ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ

Sunil Chandra Nayak

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

masiha

SANJIBANI SEVA FOUNDATION’S SECOND ANNUAL CELEBRATION AND HEALTH CAMP HELD.

masiha

Leave a Comment

error: Content is protected !!