ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ସହରର ଗଢ ଗ୍ରାମର ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ ୫ ଦିବସୀୟ ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା 

ରାଇରଙ୍ଗପୁର ସହରର ଗଢ ଗ୍ରାମର ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ ୫ ଦିବସୀୟ ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା 

ମୟୂରଭଞ୍ଜ- ୧୮/୦୨ // 

କର୍ପୁର ଗୌରଂ କରୁଣାଵତାରଂ ସଂସାର ସାରଂ ଭୂଜଗେନ୍ଦ୍ର ହାରଂ
ସଦା ଵସନ୍ତଂ ହୃଦୟାରଵିନ୍ଦେ ଭଵଂ ଭବାନୀ ସହିତଂ ନମାମି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଗଢ ଗ୍ରାମର ବହୁ ପୁରାତନ ରାଜା ରୁଜୁଡା ଅମଳର ୩୦୦ ବର୍ଷରୁ ଉର୍ଦ୍ଧ୍ବଶୈବ ପୀଠରେ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ଏବଂ ମା’ କୀଚକେଶ୍ବରୀ ଦେବୀଙ୍କ ମନ୍ଦିର ପୁନଃ ନିର୍ମାଣ ଉତ୍ସବ ଆସନ୍ତା ଫେବୃୟାରୀ ୧୯ ରୁ ଫେବୃଆରୀ ୨୩ ୨୩ ତାରିଖ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମନ୍ଦିରରେ ଶିବ ମନ୍ଦିର, ଭଗବତୀ ମା’ କୀଚକେଶ୍ବର ବିଗ୍ରହ ପ୍ରତିଷ୍ଠା ,ପାର୍ଶ୍ବ ଦେବାଦେବୀ, ପାର୍ଶ୍ଵ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାହିତ ହେବ ।୧୯ ତାରିଖ ବୁଧବାର ଦିନ ଅପରାହ୍ନ ୪ ଘଟିକା ରେ ଅଙ୍କୁରୋପଣ,ଅଧିବସ କର୍ମ,,ବିଗ୍ରହ ସମୂହଙ୍କ ଧ୍ଯାନାଧିଦାସ,,ଫଳ ପୁଷ୍ପାଳଧିବାସ,କୁଣ୍ଡମଣ୍ଡଳାଦି ନିର୍ମାଣ ‌କାର୍ଯ୍ୟକ୍ରମ,୨୦ତାରିଖ ଗୁରୁବାର ଦିନ ପ୍ରାତଃ କାଳୀନ ଗୁରୁ ସୂର୍ଯ୍ୟ ପୂଜା,ଘୋ ପୂଜି, ଜଳଯାତ୍ରା,, ମନ୍ଦିର ପ୍ରବେଶ, । ପରେ ଯଜ୍ଞକର୍ମ ପ୍ରାରମ୍ଭ,ଶାଳା ପ୍ରଵେଶ ମଣ୍ଡପ,,ସ୍ତମ୍ଭ ତୋରଣ କୁଣ୍ଡ ମଣ୍ଡଳ ପୂଜନ, ଅଗ୍ନି ସ୍ଥାପନ, ବିଗ୍ରହ ସ୍ନାନ କର୍ମ,ଶୟନ କାର୍ଯ୍ୟକ୍ରମ,୨୪ ପ୍ରହର ହରି ନାମ ସଂକୀର୍ତ୍ତନ;୨୧ ତାରିଖ ଶୁକ୍ରବାର ଦିନ ଶୁକ୍ରବାର ଦିନ ଧ୍ଵଜ କଳଶ ସ୍ଥାପନ ,କର୍ମ ବାୟୁ ପୂଜନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା ;୨୨ ତାରିଖ ଶନିବାର ଦିନ ସୂର୍ଯ୍ୟ ପୂଜା ,ଗୋ ପୂଜା,ଦେବ ପୂଜା, ଚଣ୍ଡୀ ପାଠ,ସ୍ତବ ସ୍ତ୍ତୋତ୍ରାଦି ପଠନ,ଜପକର୍ମ,ମହାରୁଦ୍ରାଭିଶେକ,; ୨୩ ତାରିଖ ରବିବାର ଦିନ ଗୁରୁ ପୂଜ,ଗୋ ପୂଜା, ସୂର୍ଯ୍ୟ ପୂଜା,ଗୀତା ଯଜ୍ଞ, ପୂର୍ଣ୍ଣାହୁତି ପୂର୍ବକ ଦଶଦାନ ବିଧାନ,୨୪ ପ୍ରହର ହରି ନାମ ସଂକାର୍ତ୍ତନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ କରାଯିବ।ଏହି ପବିତ୍ର ଭବ୍ୟ ପୂଜନ କାର୍ଯ୍ୟକ୍ରମରେ ପୁରୀର ବଡ଼ ବଡ଼ ବିଦ୍ବାନ ପଣ୍ଡିତଙ୍କ ଦ୍ବାରା ପୂଜନ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ଦିର କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।ଏହି ଭବଯଜ୍ଞ କାର୍ଯ୍ଯକ୍ରମରେ ସମସ୍ତ ଭଗବତ୍ ଶ୍ରଦ୍ଧାଳୁ,ବାମନଘାଟୀ ଅଂଚଳବାସୀ,ଶୈଵ୍ଯ ଉପାସକ ହଜାର ହଜାର ସଂଖ୍ୟାରେ ଏହି ମନ୍ଦିରପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ବାବା ଐଶ୍ବାନେଶ୍ବରଙ୍କ ଙ୍କ ପୂଜାର୍ଚ୍ଚନା ସହ ଆଶୀବାଦ ନେଵା ପାଇଁ କମିଟି ତରଫରୁ ନିବେଦନ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

 

Related posts

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ଦାସୀ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ୩୭ ତମ ମା’ ବାସନ୍ତୀକ ପୂଜା ସଂପନ୍ନ ;ମେଲାଣି ନେଲେ ମା ‘

Sunil Chandra Nayak

Leave a Comment

error: Content is protected !!