ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ବୈଠକ 

ଡାବୁଗାଁ, ୨୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଲ୍ୟାମ୍ପ୍ସ ଗୋଦାମ ଠାରେ ବ୍ଲକ ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଶେଷରେ ସଂଘର କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ କମିଟି କୁ ଭଙ୍ଗ କରାଯାଇ ବ୍ଲକ ସଂଘର ନୂତନ କମିଟି ଗଠନ କରାଯାଇଥିଲା | ଏଥିରେ ସଭାପତି ଭାବେ ମୋହନସିଂ ଗଣ୍ଡ, କାର୍ଯ୍ୟକାରୀ ସଭାପତି ମଙ୍ଗରାଜ ମାଝି, ଉପ ସଭାପତି ଗିରିଶବାଳା ଜେନା, ସମ୍ପାଦକ ହିରଣ୍ୟ ମାଝି, ସହ ସମ୍ପାଦକ ରାଜୁ ହରିଜନ, କୋଷାଧ୍ୟକ୍ଷ ଅଜିତ ଷଡଙ୍ଗୀ, ମିଡିଆ ସଂଯୋଜକ ଗୁପ୍ତେପ୍ରସାଦ ନାଗ, ଉପଦେଷ୍ଟା ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ସୁରେଶ ଚନ୍ଦ୍ର ବେହେରା, ସୌଭାଗ୍ୟ ବିଶ୍ଵାଳ ଓ ଅନିତା ବେହେରା, ପଞ୍ଚାୟତ ପ୍ରତିନିଧି ବିଦ୍ୟାଧର ମାଝି, କାଳିଚରଣ ସାହୁ, ଯୋଗେନ୍ଦ୍ର ନାୟକ, ତାପସ କୁମାର ରାଉତ, ରବୀନ୍ଦ୍ର କୁମାର ଚାଲାଣ, ଦେବେନ୍ଦ୍ର ରାଉତ ଓ ନିଲାମ ମାଝି ଙ୍କୁ ମନୋନୀତ କରାଯାଇଥିଲା | ସମସ୍ତ ମନୋନୀତ କର୍ମକର୍ତ୍ତା ମାନେ ମିଳିତ ଭାବେ ଶପଥ ପାଠ କରିଥିଲେ | ଏଥିରେ ୪୬ ଜଣ କନିଷ୍ଠ ଶିକ୍ଷକ ମାନେ ନିୟମିତ ହେବାରୁ ସେମାନଙ୍କୁ ଡାବୁଗାଁ ଓଡିଶା ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଯୋଜନା ଭୁକ୍ତ) ସଂଘରେ ସ୍ଵାଗତ ଜଣାଇ ସଂଘରେ ମିଶ୍ରଣ କରାଯାଇଥିଲା | ଏହି ବୈଠକରେ ପ୍ରାୟ ୧୮୦ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାଣି ପାଇଁ ଡହଲ ବିକଳ , ଜଳ ସଙ୍କଟ ସମସ୍ୟାର ସମାଧାନ କେବେ ? ଚିନ୍ତିତ ଡୁଙ୍ଗୁରି ପଡ଼ାବସୀ 

Sunil Chandra Nayak

ଇମ୍ଫା ଥେରୁବାଲୀ ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

masiha

ଏକାମ୍ର କ୍ଷେତ୍ର- ଲିଙ୍ଗରାଜ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’, ଯୋଗଦେଲେ ମୁଖ୍ୟମନ୍ତ୍ରୀ 

Leave a Comment

error: Content is protected !!