ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

ମୟୂରଭଞ୍ଜ/ତା/୨୪/୦୨/୨୦୨୫ // ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ବେଲପୋଷି ରେ ବହୁ ପ୍ରତିକ୍ଷୀତ ଏସ୍.ବି.ଆଇ ର ନୂତନ ଶାଖା ମୁଖ୍ୟ ଅତିଥି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୂବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ୍ ପୃ୍ଥ୍ବୀ ଉଦଘାଟନ କରିଛନ୍ତି |ସମ୍ମାନିତ ଅତିଥି ବାଲେଶ୍ବର ମଣ୍ଡଳର ଡେପୁଟି ଜେନେରାଲ ମ୍ୟାନେଜର ଶୈଳେଶ କୁମାର ସ୍ନିହା,ବାରିପଦାର ଆଞ୍ଚଳିକ ପ୍ରବନ୍ଧକ ଜଗନ୍ନାଥ. ଶ୍ରୀଚନ୍ଦନ ନାୟକ,ଜାମଦା ଶାଖା ବିଏମ୍ ପରୀକ୍ଷିତ ବେହେରା,ଲକ୍ଷ୍ନୌ ଜୋନ୍ ର ଡିଜିଏମ୍ ସୁବଗ୍ଧା କୁମାର ଗୋପ୍ ପ୍ରମୁଖ ଉପସ୍ଥିତ ଥିଲେ |ଏସ୍ ବିଆଇ ଶାଖା ନୂତନ ଭାବରେ ଆରମ୍ଭ ହେବାରୁ ଜାମଦା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି |ଆଉ ଜାମଦାବାସୀ ରାଇରଙ୍ଗପୁର,ହାଟବାଦଡ଼ା,ବହଳଦା ଉପରେ ନିର୍ଭର ନକରି ଜାମଦା ବ୍ଲକ ବେଲପୋଷି ଏସବିଆଇ ଶାଖା ଉପରେ ନିର୍ଭର କରିବା ଦ୍ବାରା ଅଞ୍ଚଳରେ ବେପାରବାଣିଜ୍ୟ ବୃଦ୍ଧି ପାଇବ ବୋଲି ଅଞ୍ଚଳର ଜନସାଧାରଣ ମତବ୍ୟକ୍ତ କରିଛନ୍ତି |ଉଦଘାଟନରେ ପଣ୍ଡିତ ଅଭିଶେକ୍ ଶତପଥୀ, ଜାମଦା ସରପଞ୍ଚ,ଜାମଦା ତହସିଲଦାର,ଜାମଦା ଆରଆଇ,ସମାଜସେବୀ ସୁବାଷ ଚନ୍ଦ୍ର ମଣ୍ଡଳ,ରାମପଦ ମହାନ୍ତ,ଶିକ୍ଷକ ସଂଜୟ ପ୍ରଧାନ,ସମାଜସେବୀ ମନୋଜ ମହାନ୍ତି,ସୁଭୋଦ ଗୋପ୍ ସମେତ ବହୁ ଜନସାଧାରଣ ଓ ଗ୍ରାହକ ଉପସ୍ଥିତ ଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

ସରକାରୀ ଅଭ୍ୟାସ ଉଞ୍ଚ ବାଳିକା ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ 

masiha

କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!