ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷୀୟାନ ଆଇନଜୀବୀ ଶ୍ରୀନିବାସ ଅଗ୍ରୱାଲ ଙ୍କ ଦେହାନ୍ତ

ବର୍ଷୀୟାନ ଆଇନଜୀବୀ ଶ୍ରୀନିବାସ ଅଗ୍ରୱାଲ ଙ୍କ ଦେହାନ୍ତ

ଧର୍ମଗଡ ଅଞ୍ଚଳର ବର୍ଷୀୟାନ ଆଇନଜୀବୀ,ବରିଷ୍ଠ ନାଗରିକ ଶ୍ରୀନିବାସ ଅଗ୍ରୱାଲ ଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି।

ଆଜି ଅପରାହ୍ନ ୪.୪୫ ମି ସମୟରେ ସ୍ଥାନୀୟ ଡାକ୍ତରଖାନାରେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ପରଲୋକ ଘଟିଛି l ସେ ଜଣେ ପରୋପକାରୀ ତଥା ମେଳାପି ବ୍ୟକ୍ତି ତଥା ଅଭିଜ୍ଞ ଆଇନଜୀବି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ସେ ବଡ ବାପା ଅଟନ୍ତି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ଧର୍ମ ପତ୍ନୀ ମୀରା ଦେବୀ ଅଗ୍ରୱାଲ, ପୁଅ ଆନନ୍ଦ ଅଗ୍ରୱାଲ,ପୁତ୍ରବଧୂ ମମତା ଅଗ୍ରୱାଲ, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଧର୍ମଗଡ଼ ଓକିଲ ସଙ୍ଘ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି। ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ମହିଳା ଥାନା ଅଧିକାରୀ ଙ୍କୁ କଲେ ସ୍ଵାଗତ ସମ୍ବର୍ଦ୍ଧନା 

ବାଂଲାଦେଶ ହିଂସା ପରେ ରାଜନଗର ଆତଙ୍କିତ , ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା,ପେଟ୍ରୋଲିଙ୍ଗ କରିବାକୁ ଥାନାରେ ତେଲ ଅଭାବ

masiha

Leave a Comment

error: Content is protected !!