ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳୀ ଗଛରୁ ପଡି ଜଣେ ବ୍ୟକ୍ତି ମୃତ 

ତେନ୍ତୁଳୀ ଗଛରୁ ପଡି ଜଣେ ବ୍ୟକ୍ତି ମୃତ

ଡାବୁଗାଁ, ୨୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ଧନସରା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ୧୦ ଘ.ରେ ତେନ୍ତୁଳୀ ଗଛରୁ ପଡି ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକର ଜୁନାପାଣି ପଞ୍ଚାୟତ ଅଧୀନ ଧନସରା ଗ୍ରାମର ଭଗତ ଶବର (୫୫) ନିଜ ବାଡିରେ ଥିବା ତେନ୍ତୁଳୀ ଗଛରେ ଚଢି ତେନ୍ତୁଳୀ ତୋଳୁଥିବା ବେଳେ ଗଛ ଉପରୁ ତଳଉ ପଡି ଯାଇଥିଲେ | ତାଙ୍କୁ ସଙ୍ଗେସଙ୍ଗେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତକତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ପୁଅ ସୁବାସ ଶବର ଅପରାହ୍ନ ୧ .୩୦ ରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହଲୱା ଡାକ୍ତରଖାନା ରେ ପହଞ୍ଚ ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଡାବୁଗାଁ ଥାନା କେସ ନଂ ୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

 

Related posts

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର.

masiha

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ… ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର…

Sunil Chandra Nayak

Leave a Comment

error: Content is protected !!