ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପଞ୍ଚାୟତ ସମିତି ବୈଠକ, ବିକଶିତ ଓଡିଶା ବିକଶିତ ଗାଁ ଉନ୍ନୟନ ପ୍ରକଳ୍ପ ଉପରେ ଫୋକସ

କୋକସରା ପଞ୍ଚାୟତ ସମିତି ବୈଠକ, ବିକଶିତ ଓଡିଶା ବିକଶିତ ଗାଁ ଉନ୍ନୟନ ପ୍ରକଳ୍ପ ଉପରେ ଫୋକସ

ରାଜ୍ୟ ସରକାର ପରିବର୍ତ୍ତନ ହେବାପରେ ବିଜେପି ରାଜ୍ୟ ସରକାର ବିକଶିତ ଓଡିଶା ବିକଶିତ ଗାଁ କୁ ନେଇ ବ୍ଲକ ସ୍ତରରେ ଅନୁଦାନ ପ୍ରଦାନ କରିବା ସହ ବ୍ଲକ ର ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଭିତ୍ତିଭୂମି ବିକାଶ ଦିଗରେ ମଞ୍ଜୁର ଅନୁଦାନ କୁ ଖର୍ଚ୍ଚ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବା ନେଇ ଉପସ୍ଥିତ ବ୍ଲକ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ଆଲୋଚନା ସହ ସମୀକ୍ଷା କରିଛନ୍ତି। କୋକସରା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ସମିତି ବୈଠକରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଙ୍କ କୋକସରା ବ୍ଲକ ପ୍ରତିନିଧି ଗୋଦାବରୀଶ ପାତ୍ର, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ସମେତ ଶିକ୍ଷା,କୃଷି, ଉଦ୍ୟାନ କୃଷି, ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ,ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ,ସାମାଜିକ ସୁରକ୍ଷା, ଖାଦ୍ୟ ଓ ଯୋଗାଣ ବିଭାଗ, ମେଗାଲିଫ୍ଟ ଜଳସେଚନ, ବ୍ଲକ ର କନିଷ୍ଠ ଯନ୍ତ୍ରୀ ର ଅଧିକାରୀ ସମେତ କୋକସରା ବ୍ଲକ ର ୨୨ ପଞ୍ଚାୟତ ର ସରପଞ୍ଚ,ସମିତି ସଦସ୍ୟ, ମାନେ ଉପସ୍ଥିତ ରହି ବିକଶିତ ଓଡିଶା ବିକଶିତ ଗାଁ ରେ ଆସିଥିବା ଅନୁଦାନ ପଞ୍ଚାୟତ ସ୍ତରରେ କେମିତି ଉନ୍ନୟନ ପ୍ରକଳ୍ପ ରେ ସଠିକ ଭାବେ କାର୍ଯ୍ୟକାରୀ ହେବ ଓ ଜନ ସାଧାରଣ ଜନ ସାଧାରଣ ସରକାରୀ ସ୍ତରରେ ଆସୁଥିବା ଯୋଜନା ରେ ସାମିଲ ହେବେ ସେନେଇ ପଞ୍ଚାୟତ ପ୍ରତିନିଧି ମାନେ ଲୋକଙ୍କୁ ସଚେତନ କରିବା ସହ ବ୍ଲକ ପ୍ରଶାସନ ସହ ଯେ କୌଣସି ଯୋଜନା ବିଷୟରେ ଆସି ପରାମର୍ଶ ନେଇ କାର୍ଯ୍ୟକାରୀ କରିବା କୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ ସମେତ ସାଂସଦ ଓ ବିଧାୟକ ପ୍ରତିନିଧି ମାନେ ପରାମର୍ଶ ଦେଇଥିଲେ। ତେବେ ସରପଞ୍ଚ ମାନଙ୍କୁ ସମିତି ବୈଠକ ର ସୂଚନା ପୂର୍ବରୁ ଦିଆ ଯାଉନାହିଁ କିମ୍ବା ସମିତି ବୈଠକରେ ଆଲୋଚନା ହେବାକୁ ଥିବା ତଥ୍ୟ ଉପରେ କୌଣସି ସୂଚନା ଦିଆଯାଉନଥିବା ନେଇ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଅଭିଯୋଗ କରିଥିଲେ।କାର୍ଯ୍ୟକ୍ରମ କୁ ଜିପିଡ଼ିଓ ରାଜେନ୍ଦ୍ର ପ୍ରସାଦ ପାତ୍ର ପୂର୍ବ ବୈଠକ ର ବିବରଣୀ ପ୍ରଦାନ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚନ୍ଦାହାଣ୍ଡିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ଵ୍ଳକ ଫାଟକରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

ଧରାକୋଟ ବ୍ଳକ ରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!