ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

ରାଜ୍ୟ ସରକାର ନୂତନ ବ୍ଳକ ଓ ପଞ୍ଚାୟତ ଗଠନ ନିମନ୍ତେ ନିକଟ ଅତୀତରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ବହୁ ଦିନରୁ ଆଶାବାନ୍ଧି ରହିଥିବା ଗ୍ରାମ ପଞ୍ଚାୟତ ଗୁଡିକ କସରତ ଆରମ୍ଭ କରି ଦେଇଛନ୍ତି। ଏଥିରେ ତତ୍କାଳୀନ ଗଡଜାତ ପହିଲିପାର ର ରାଜଧାନୀ ଭାବେ ପରିଚିତ ଚାରବାହାଲ ଗ୍ରାମ ପଞ୍ଚାୟତ ମଧ୍ୟ ନିଜର ଦାବୀକୁ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ବର ଯାଏଁ ପହଞ୍ଚାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଅଣ୍ଟା ଭିଡିଛନ୍ତି। ବ୍ଳକ ମାନ୍ୟତା ଦାବୀକୁ ଜୋରଦାର କରିବାକୁ ଆଜି ଭୁବନେଶ୍ୱର ଠାରେ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏହି ପ୍ରତିନିଧି ଦଳ ସହିତ ରାଜ୍ୟସଭା ସଦସ୍ୟ ଶ୍ରୀ ସୁଜୀତ କୁମାର, ଶ୍ରୀମତୀ ମମତା ମହାତୋ ମଧ୍ୟ ଉପସ୍ଥିତ ଥିଲେ । ଅଞ୍ଚଳରୁ ଯାଇଥିବା ଏହି ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା , ସମାଜସେବୀ ପ୍ରାଣକିଶୋର ପଣ୍ଡା, ରୁଚେନ୍ ବାଗ ଯୁବ ସମାଜସେବୀ ମୀନକେତନ ଦଳପତି, ଆଦିତ୍ୟ ପଣ୍ଡା, ନିକୁଞ୍ଜ ବିହାରୀ ଚଲାନ, ରବିନାରାୟଣ ଚଲାନ, ଭୀଷ୍ମ ଧଙ୍ଗଡାମାଝୀ, ବବି ସିଂ ପ୍ରମୂଖ ସାମିଲ୍ ଥିଲେ। ମୂଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିନିଧି ଦଳ ସହିତ ପ୍ରାୟ ଅଧଘଣ୍ଟା କାଳ ଅଞ୍ଚଳର ପାରିପାର୍ଶ୍ବିକ ଓ ଭୌଗୋଳିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏହି ଦାବି ଉପରେ ଗୁରୁତର ସହ ବିଚାର କରି ଯଥା ସମ୍ଭବ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । 

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ 

Related posts

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଷ୍ଟ୍ରୟ ଗ୍ରାମ ପ୍ରଧାନ/ସରପଞ୍ଚ୍ ରାଜ୍ୟ ସଂଗଠନର ସ୍ୱାଗତ

masiha

ବନ୍ଧୁଗାଁ ବ୍ଲକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

masiha

ଡାବୁଗାଁ ରେ ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ସମାରୋହ ସିଧା ପ୍ରସାରଣ ଓ କବି ମାନଙ୍କୁ ସମ୍ମାନୀତ 

masiha

Leave a Comment

error: Content is protected !!