ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲା

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲା

ବାଲେଶ୍ଵର,୨୭/୦୨/୨୫- ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ହ୍ଵାଟ୍ସଆପ୍ ଗୃପରେ ଗତ ତା ୨୩/୦୨/୨୫ ରିଖ ରବିବାର ଦିନ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତି ରବିବାର ବିଭିନ୍ନ ପ୍ରକାରର ପ୍ରତିଯେ ଅନୁଷ୍ଠିତ ହୋଇଥାଏ । ଏଥର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରବନ୍ଧ ରଖାଯାଇଥିଲା । ଯାହାର ପ୍ରସଙ୍ଗ – ” ହଜିଲା ସ୍ମୃତିର ଇତିହାସ ” ଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଲେଖକ ଓ ଲେଖିକା ମାନେ ଅତି ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ (୧) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ (୨) ଅନୁସୂୟା ଦେବତା, ଅତାବିରା, ବରଗଡ଼ (୩) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୪) ମିନାକ୍ଷୀ ଦ୍ବିବେଦୀ, ନିଉ ଦିଲ୍ଲୀ (୫) ଜ୍ଯୋତିର୍ମୟୀ ଦାଶ, ଗୁଣୁପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା (୬) ଆଶିଷ କୁମାର ସାହୁ, ଭବାନୀପାଟଣା, କଳାହାଣ୍ଡି (୭) ଲକ୍ଷ୍ମୀପ୍ରିୟା ଜେନା, ଖଇରା, ବାଲେଶ୍ବର (୮) ପଞ୍ଚାନନ ମେହେର, ଧାନବସା, ରାମପୁର, ସୁବର୍ଣ୍ଣପୁର (୯) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୧୦) ଲତା ବେହେରା, ଜକା, ଢେଙ୍କାନାଳ (୧୧) କମଳିନୀ ସେନାପତି, ଜଳେଶ୍ବର, ବାଲେଶ୍ବର (୧୨) ଅନୁପମା ବିଶ୍ବାଳ, ସମ୍ବଲପୁର (୧୩) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ।

                 ସମସ୍ତଙ୍କ ଲେଖା ଗୁଡିକୁ ସୁ ସାହିତ୍ଯିକ ଡଃ. ଚିନ୍ମୟ ଦାଶ, ବାବଲପୁର, ଯାଜପୁର ସମୀକ୍ଷା କରିଥିଲେ । ସେ ମଧ୍ୟ ସାରସ୍ୱତ ସାହିତ୍ୟ ଜଗତରେ ଜଣେ ଉଦିୟମାନ ଉଜ୍ଜ୍ୱଳ ତାରକା । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ମଞ୍ଚାସୀନ ହୋଇ ସାହିତ୍ୟର ବିକାଶ କରିଚାଲିଛନ୍ତି । ତାଙ୍କର ସୁନ୍ଦର ସଂଯୋଜନା ଓ ସମୀକ୍ଷା ସମସ୍ତଙ୍କୁ ତୃପ୍ତ କରିଥାଏ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଏବଂ ସକ୍ରିୟ ମଧ୍ୟ । ଶ୍ରୀ ଦାଶଙ୍କ ବହୁ ଶିକ୍ଷଣୀୟ ଉପଦେଶ ଓ ପରାମର୍ଶ ସାହିତ୍ୟ ସମାଜ ପ୍ରତି ପଥପ୍ରଦର୍ଶକ ହୋଇଥାଏ । ତେଣୁ ତାଙ୍କର ସୁଚିନ୍ତିତ ସମୀକ୍ଷାରୁ ଅନିତା ପଣ୍ଡା ପ୍ରଥମ ସ୍ଥାନ, ଅନୁସୂୟା ଦେବତା ଦ୍ବିତୀୟ ସ୍ଥାନ ଓ ଗୀତା ମଞ୍ଜରୀ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଶିକ୍ଷାର ଶେଷ ନଥାଏ । ଶିକ୍ଷା ଜୀବନର ମାନଦଣ୍ଡ । ତେଣୁ ପ୍ରତ୍ୟେକ ମଣିଷ ଦୈନନ୍ଦିନ ଜୀବନରେ କାହାରି ଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । ତାହା ଲେଖା ମାଧ୍ୟମରେ ହେଉ କିମ୍ବା ଉପଦେଶ ମାଧ୍ୟମରେ ହେଉ କିମ୍ବା କୌଣସି ଅନୁଷ୍ଠାନର ପ୍ରତିଯୋଗିତା କାର୍ଯ୍ୟକ୍ରମ ମାଧ୍ୟମରେ ହେଉ । ସାହିତ୍ୟ ସାଧକ/ସାଧିକା ମାନଙ୍କୁ ମୋର ଅନୁରୋଧ ଯେହେତୁ ଆପଣ ମାନେ ସାହିତ୍ୟ ସାଧନା କରୁଛନ୍ତି ନିଜର ସାହିତ୍ୟ ଜ୍ଞାନ ବୃଦ୍ଧି ଓ ଆତ୍ମସନ୍ତୋଷ ପାଇଁ ସର୍ବଦା ସାଧନା ଜାରି ରଖନ୍ତୁ । ଭାଙ୍ଗି ପଡନ୍ତୁ ନାହିଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ନିରବଚ୍ଛିନ୍ନ ଭାବେ ସାଧନାକୁ ତ୍ବରାନ୍ବିତ କରିବା ଉଚିତ୍ । ଆଜି ସ୍ଥାନ ମିଳିନାହିଁ ହୁଏତ କାଲି ମିଳିପାରେ ! ସମସ୍ତ ପ୍ରତିଯୋଗୀଙ୍କୁ ହୃଦୟ କୋଣରୁ ଯଥାମାନ୍ଯ ସମ୍ମାନ ଓ ଶୁଭେଚ୍ଛା, ସମସ୍ତଙ୍କ କଲମ ମୁନରେ ଭଗବାନ ଶକ୍ତି ଦିଅନ୍ତୁ, ସୁନ୍ଦର ଲେଖନ୍ତୁ ଓ ଆଗକୁ ବଢନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାର୍ତିକ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୦୧ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡମଝର୍ ସରକାରୀ ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ, ସ୍ଥାନୀୟ ବିଧାୟକଙ୍କ ଯୋଗଦାନ 

masiha

Leave a Comment

error: Content is protected !!