ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ ମହାବିଦ୍ୟାଳୟ ପରିସରରେ ଥିବା ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢିବା ପ୍ରତି ଆକୃଷ୍ଟ କରିବା, ସାଧାରଣ ଭାବେ ଲୋକମାନଙ୍କୁ ବିଜ୍ଞାନମନସ୍କ କରିବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ। ଏହି ଦିନ ବିଭିନ୍ନ ସ୍କୁଲ, କଲେଜ ଓ ବିଜ୍ଞାନ ଅନୁଷ୍ଠାନଗୁଡିକରେ ବିଜ୍ଞାନ ସମ୍ବନ୍ଧରେ ବିଭିନ୍ନ ଆଲୋଚନା, ସେମିନାର ଅନୁଷ୍ଠିତ ହୋଇଥାଏ। ଆମ ଦେଶରେ ଜଣେ ଯଶସ୍ବୀ ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ବା ସି.ଭି. ରମଣ ଭାବେ ସମେସ୍ତ ଜାଣନ୍ତି। ଶ୍ରୀ ରମଣ ୧୯୨୮ ମସିହା ଫେବୃଆରୀ ୨୮ ତାରିଖ ଦିନ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରିଥିଲେ। ଏହା ଆଲୋକ ବିଚ୍ଛୁରଣ ଉପରେ ପର୍ଯ୍ୟବେସିତ ଥିଲା ଏବଂ ଏହି ଆବିଷ୍କାରକୁ ତାଙ୍କ ନାମନୁସାରେ ‘ରମଣ ପ୍ରଭାବ’ କୁହାଯାଉଛି। ଏହି କୃତିତ୍ୱ ପାଇଁ ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ମର୍ଯ୍ୟାଦଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସେ ଥିଲେ ଏସିଆ ମହାଦେଶର ପ୍ରଥମ ବୈଜ୍ଞାନିକ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାର ପଦାର୍ଥ ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଭାଗର ଅଧ୍ୟାପକ ଅଭୟ ପ୍ରତାପ ୟାଦବ ଯୋଗଦେଇ ମହାକାଶରେ ଥିବା ନକ୍ଷତ୍ରମାନଙ୍କର ଉତ୍ପତ୍ତି, ବିବର୍ତ୍ତନ ସହିତ ବିଲୀନ ପର୍ଯ୍ୟନ୍ତ ହେଉଥିବା ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ। ମହାକାଶରେ ବିଭିନ୍ନ ସମୟରେ ମହାଜାଗତିକ ପ୍ରଭାବ ଯୋଗୁଁ ନକ୍ଷତ୍ରମାନଙ୍କର ଗତିବିଧି ପ୍ରଭାବିତ ହେଉଥିବା ସମ୍ପର୍କରେ ଶ୍ରୀ ୟାଦବ ଆଲୋଚନା କରିବା ସହ ଏ ସମ୍ପର୍କୀୟ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ଡ. ସାମଲ ସ୍ୱାଗତ ଅଭିଭାଷଣ ଦେବା ସହ ଜାତୀୟ ବିଜ୍ଞାନ ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ବିଜ୍ଞାନରେ ବିଶ୍ୱ ନେତୃତ୍ୱ ଏବଂ ବିକଶିତ ଭାରତ ପାଇଁ ଭାରତୀୟ ଯୁବଶକ୍ତିକୁ ସଶକ୍ତ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ମହାବିଦ୍ୟାଳୟ ପଦାର୍ଥ ବିଜ୍ଞନ ବିଭାଗର ମୁଖ୍ୟ ଡ. ଅନ୍ନପୂର୍ଣ୍ଣା ମହନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ରସାୟନ ବିଜ୍ଞାନ ବିଭାଗର ସ୍ନାତକ ବର୍ଗର ଛାତ୍ରୀ ଶାସ୍ୱତୀ ଦାଶଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ସୋନିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀ ୟାଦବ ଓ ଡ. ସାମଲ ମହାବିଦ୍ୟାଳୟର ଥିମ୍‌ ସଙ୍ଗୀତ ପ୍ରସ୍ତୁତ କରିଥିବା ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଡ. ପ୍ରତାପ କୁମାର ସ୍ୱାଇଁ ଅନ୍ୟତମ ସଙ୍ଗୀତ ନିର୍ଦ୍ଦେଶକ ମହେନ୍ଦ୍ର ତନୟ ଟୁଡୁ , କଣ୍ଠଶିଳ୍ପୀ ଶିବାନୀ ସରକାର ବାଦ୍ୟଯନ୍ତ୍ରରେ ସହାୟତା କରିଥିବା ଦୀପାଂଶୁ, ବିଭୁସ୍ପିତ, ଅଂଶୁମାନ ଏବଂ ସୌମ୍ୟରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ମାୟାଧର ବାରିକ ଓ ପ୍ରଶାନ୍ତ କୁମାର ସେଠୀ ଏବଂ ଅଧ୍ୟାପିକା ଡ. ସ୍ମୃତିସ୍ନିଗ୍ଧା ମିଶ୍ର ଏବଂ ବାସନ୍ତୀ କୁଜୁରଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଥା ଦେଇ କଥା ରଖିଲେ ମାନ୍ୟବର ଧର୍ମଗଡ଼ ବିଧାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ୪୯,୫୯,୮୦୦/- ଟଙ୍କା ମଞ୍ଜୁରୀ 

masiha

ବାଣୀଧାରା ଟ୍ରଷ୍ଟ ଆରମ୍ଭ କଲେ ଜହରମୁକ୍ତ ଜିଲ୍ଲାର ଅଭିଯାନ 

Sunil Chandra Nayak

ଶିକ୍ଷକ ସମ୍ମିଳନୀ ଓ ଗୁଣାତ୍ମକ ଶିକ୍ଷା ରେ ଶିକ୍ଷକଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

masiha

Leave a Comment

error: Content is protected !!